ଚଳନ୍ତି ଖାତା ଖୋଲିବା ପାଇଁ ଭାରତର ପ୍ରଥମ ଡିଜିଟାଲ୍‌ ଆବେଦନ ଫର୍ମ ଆରମ୍ଭ କଲା ଆଇସିଆଇସିଆଇ ବ୍ୟାଙ୍କ

ମୁମ୍ବାଇ : ଭାରତର ସର୍ବବୃହତ ଘରୋଇ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଚଳନ୍ତି ଖାତା ଖୋଲିବା ପାଇଁ ଭାରତର ପ୍ରଥମ ଡିଜିଟାଲ୍‌ ଫର୍ମର ପ୍ରଚଳନ କରାଯାଇଛି। ଏହା ଜରିଆରେ ବ୍ୟାଙ୍କ ଅଧିକାରୀମାନେ କିଛି ଘଣ୍ଟା ଭିତରେ ଶିଳ୍ପଦ୍ୟୋଗୀ ଓ ବ୍ୟବସାୟୀଙ୍କ ଚଳନ୍ତି ଖାତା ଖୋଲିପାରିବେ। ପୂର୍ବରୁ ଏହି ଖାତା ଖୋଲିବାକୁ ଦିନ ଦିନ ସମୟ ଲାଗୁଥିଲା।

ଟାବଲେଟ୍‌ ଓ ସ୍ମାର୍ଟଫୋନ୍‌କୁ ବ୍ୟବହାର କରି କିଛି ଘଣ୍ଟା ଭିତରେ ଚଳନ୍ତି ଖାତା ଖୋଲିବା ସୁବିଧା ପ୍ରଦାନ କରିବାରେ ଆଇସିଆଇସିଆଇ ବ୍ୟାଙ୍କ ହେଉଛି ଭାରତର ପ୍ରଥମ ବ୍ୟାଙ୍କ । ବ୍ୟାଙ୍କ ଅଧିକାରୀମାନେ ଗ୍ରାହକଙ୍କ ଘରେ ପହଞ୍ଚି ସୁବିଧା ଓ ସୁରକ୍ଷିତ ଭାବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ସହିତ ଇ-କେୱାଇସି ପୂରଣ କରିପାରିବେ। ଏହା ଦ୍ୱାରା ଗ୍ରାହକ ଶୀଘ୍ର ଖାତା ଖୋଲିପାରିବେ । ସେମାନଙ୍କୁ ଆଉ ଫଟୋ କିମ୍ବା କାଗଜପତ୍ର ଧରି ଦୌଡ଼ିବାକୁ ପଡ଼ିବନି।

ପ୍ରୋପ୍ରାଇଟରସିପ୍‌, ପାର୍ଟନରସିପ୍‌, ପ୍ରାଇଭେଟ୍‌ ଓ ପବ୍ଲିକ୍‌ ଲିିମିଟେଡ୍‌ କଂପାନିଠାରୁ ଆରମ୍ଭ କରି ଲିମିଟେଡ୍‌ ଲାଇବିଲିଟି ପାର୍ଟନରସିପ୍‌ ଫାର୍ମ ଆଦି ପାଇଁ କିଛି ଘଣ୍ଟା ଭିତରେ ଏହି ବ୍ୟବସ୍ଥା ଜରିଆରେ ଚଳନ୍ତି ଖାତା ଖୋଲାଯାଇପାରିବ। ଏହି ଡିଜିଟାଲ୍‌ ଆବେଦନ ଫର୍ମରେ ରହିଛି ‘ଅପ୍‌ଟିକାଲ୍‌ କ୍ୟାରେକ୍ଟର ରେକଗ୍ନିସନ୍‌ (ଓସିଆର୍‌) ସୁବିଧା। ଏଥିରେ ବହୁ ପ୍ରକାର ଆପ୍ଲିକେସନ୍‌ ପ୍ରୋଗ୍ରାମ୍‌ ଇଣ୍ଟରଫେସ୍‌ ରହିଛି ଯାହା ଜରିଆରେ ଇ-କେୱାଇସିରେ ସୁବିଧାରେ କରାଯାଇପାରିବ। ଆଇସିଆଇସିଆଇ ବ୍ୟାଙ୍କର ଇନୋଭେସନ୍‌ ସେଣ୍ଟରରେ ଏହି ଆବେଦନ ଫର୍ମକୁ ପ୍ରସ୍ତୁତ କରାଯାଇଛି ।

ସମ୍ବନ୍ଧିତ ଖବର