ଆଇସିଆଇଆସିଆଇ ବ୍ୟାଙ୍କ ପକ୍ଷରୁ ନୂଆ ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ରଡକ୍ଟ

ଭୁବନେଶ୍ୱର : ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଡିଜିଟାଲ୍‌ ବ୍ୟାଙ୍କିଙ୍ଗ ଯାତ୍ରାର ୨୦ ବର୍ଷ ପୂର୍ତି ପାଳନ କରାଯାଉଛି।ଏହି ଅବସରରେ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଆଇମୋବାଇଲ୍‌ରେ ଅନେକ ଭବିଷ୍ୟତର ବିଶେଷତ୍ୱ ଥିବା ସେବାକୁ ଉନ୍ମୋଚନ କରାଯାଇଛି। ଏହା ପକ୍ଷରୁ ମନି କୋଚ୍‌ ନାମକ ପ୍ରଥମ ସ୍ୱୟଚାଳିତ ଓ ରୋବୋଟିକ୍ସ ଭତ୍ତିକ ନିବେଶ ପରାମର୍ଶ ଟୁଲ୍‌ ଗ୍ରାହକମାନଙ୍କ ପାଇଁ ଉନ୍ମୋଚନ କରାଯାଇଛି। ଏହା ଗୋଟିଏ କ୍ଲିକ୍‌ରେ କାଗଜବିହୀନ କେୱାଇସି ଓ ଅନଲାଇନ୍‌ ପଂଜୀକରଣ ପ୍ରକ୍ରିୟା ପ୍ରଦାନ କରୁଛି। ମୋବାଇଲ୍‌ ଫୋନ୍‌ରୁ କ୍ରେଡିଟ୍‌ କାର୍ଡଗୁଡ଼ିକର ବୈଶିଷ୍ଟ୍ୟ ଉପରେ ନିୟନ୍ତ୍ରଣ ରଖିବାର ସୁବିଧା ଏହା ଯୋଗାଇ ଦେଉଛି।

ଦେଶର ପ୍ରଥମ ବ୍ୟାଙ୍କ ଭାବେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ମୋବାଇଲ୍‌ ଜରିଆରେ କ୍ରେଡିଟ୍‌ କାର୍ଡ ନିରାପତ୍ତା ଉପରେ ନିୟନ୍ତ୍ରଣ ରଖିବାର ସୁବିଧା ପ୍ରଦାନ କରାଯାଇଛି। ଭଏସ୍‌ କମାଣ୍ଡ୍‌ ଜରିଆରେ ଏହା ଫଣ୍ଡ୍‌ ଟ୍ରାନ୍ସଫର ସେବା ଉପଲବ୍ଧ କରାଇଛି ଯାହା ଦେଶରେ ପ୍ରଥମ। ଗ୍ରାହକମାନେ ନିଜ ଭଏସ୍‌ ଜରିଆରେ ପାଣ୍ଠି ସ୍ଥାନା‘ର କରିପାରିବେ। ବ୍ୟାଙ୍କ ପକ୍ଷରୁ ତତ୍କାଳ ୨୦ ହଜାର ଟଙ୍କାର ଡିଜିଟାଲ୍‌ ଋଣ ମଧ୍ୟ ପ୍ରଦାନ କରାଯାଉଛି। ଏଭଳି ସୁବିଧା ପ୍ରଦାନ କରିବାରେ ଆଇସିଆଇସିଆଇ ବ୍ୟାଙ୍କ ହେଉଛି ଦେଶରେ ପ୍ରଥମ। ସେହିପରି ଗ୍ରାହକ ଯେଉଁ କାରବାରଗୁଡ଼ିକୁ ବାରମ୍ବାର କରୁଛ‘ି ସେଗୁଡ଼ିକୁ ‘ଫେଭୋରାଇଟ୍‌’ ବର୍ଗରେ ସ୍ଥାନିତ କରାଯାଇଛି।

ସମ୍ବନ୍ଧିତ ଖବର