ଚନ୍ଦା କୋଚରଙ୍କ ବିରୋଧରେ ତଦନ୍ତ ପାଇଁ ରାଜି ହେଲା ଆଇସିଆଇସିଆଇ ବ୍ୟାଙ୍କ

ମୁମ୍ବାଇ : ଦେଶର ବୃହତ୍ତମ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଚନ୍ଦା କୋଚରଙ୍କ ବିରୋଧରେ ଉଠିଥିବା ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ ଶେଷରେ ରାଜି ହୋଇଛି ଏହି ବ୍ୟାଙ୍କ । ଏହି ଅଭିଯୋଗର ତଦନ୍ତ ପାଇଁ ବ୍ୟାଙ୍କ ପକ୍ଷରୁ ଏକ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଏହି ତଦନ୍ତ ପାଇଁ ବ୍ୟାଙ୍କ ରାଜି ହେଉନଥିବା ବେଳେ ଗତ ସପ୍ତାହରେ ସେବି ପକ୍ଷରୁ ଏନେଇ ଚନ୍ଦା କୋଚରଙ୍କୁ ଏକ ନୋଟିସ ପଠାଯାଇ ଭିଡିଓକୋନ କମ୍ପାନି ସହିତ ତାଙ୍କ ଥିବା କାରବାର ସଂପର୍କରେ ଜାଣିବାକୁ ଚାହିଁଥିଲା ।

ଅଭିଯୋଗ ହୋଇଛି ଯେ ୨୦୧୨ ମସିହାରେ ଭିଡିଓକୋନ ମୁଖ୍ୟ ଭେନିଗୋପାଳ ଧୁତ ସଂଦେହଜନକଭାବେ ଦିପକ କୋଚରଙ୍କ କମ୍ପାନିକୁ କୋଟି କୋଟି ଟଙ୍କା ପ୍ରଦାନ କରିଥିଲେ । ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଭିଡିଓକୋନ ଗ୍ରୁପକୁ ୩୨୫୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବା ପେରେ ହିଁ ଏହି ଅର୍ଥ ପ୍ରଦାନ କରାଯାଇଥିଲା ବୋଲି କୁହାଯାଉଛି । ଅଭିଯୋଗ ଅନୁସାରେ ୨୦୧୦ରେ ଧୁତଙ୍କ ମାଲିକାନାରେ ଥିବା କମ୍ପାନି ନ୍ୟୁପାଓ୍ଵାର ରିନେେଓ୍ଵବଲ ଏନର୍ଜିକୁ ଭିଡିଓକୋନ ପକ୍ଷରୁ ପ୍ରାୟ ୬୪ କୋଟି ଟଙ୍କା ଦିଆଯାଇଥିଲା । ୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ପାଇବାର ୬ ମାସ ପରେ ଧୁତ ଏହି କମ୍ପାନିର ମାଲିକାନା ଦିପକ କୋଚର ଓ ତାଙ୍କର ଦୁଇ ସଂପର୍କୀୟଙ୍କୁ ହସ୍ତାନ୍ତର କରିଥଲେ ।

ସମ୍ବନ୍ଧିତ ଖବର