ଚନ୍ଦା କୋଚରଙ୍କୁ ବହିଷ୍କାର କଲା ଆଇସିଆଇସିଆଇ ବ୍ୟାଙ୍କ

ମୁମ୍ବାଇ : ଆଇସିଆଇସିଆଇ ବ୍ୟାଙ୍କ ବୋର୍ଡ ପକ୍ଷରୁ ପୂର୍ବତନ ସିଇଓ ଚନ୍ଦା କୋଚରଙ୍କୁ ବ୍ୟାଙ୍କରୁ ବହିଷ୍କାର କରିଛି । ଭିଡିଓକୋନ ଦୁର୍ନୀତି ମାମଲାରେ ତାଙ୍କର ସଂପୃକ୍ତି ନେଇ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ସ୍ୱାଧୀନ ତଦନ୍ତରେ ତାଙ୍କ ସଂପୃକ୍ତି ଜଣାପଡିବା ପରେ ଏହି ପଦକ୍ଷେପ ନିଆଯାଇଛି ।

ଭିଡିଓକୋନ ଋଣ ଦୁର୍ନୀତି ମାମଲାରେ ଚନ୍ଦାଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ଗତ ବର୍ଷ ଜୁନ ୬ରେ ବ୍ୟାଙ୍କ ପକ୍ଷରୁ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ବିଏନ ଶ୍ରୀକ୍ରିଷ୍ଣାଙ୍କ ଅଧ୍ୟକ୍ଷତାରେ ଏହା ତଦନ୍ତ କମିଶନ ଗଠିତ ହୋଇଥିଲା । ଏହି କମିଶନ ଆଜି ନିଜର ରିପୋର୍ଟକୁ ବ୍ୟାଙ୍କର ବୋର୍ଡକୁ ପ୍ରଦାନ କରିଥିଲା । ବୋର୍ଡ ଏହି ରିପୋର୍ଟର ସୁପାରିଶକୁ ବିଚାରକୁ ନେଇ ଚନ୍ଦା କୋଚର ବ୍ୟାଙ୍କର ଆଚରଣବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କୁ ବହିଷ୍କାର କରିଛି ।

ଅଭିଯୋଗ ହୋଇଛି ଯେ ୨୦୧୨ ମସିହାରେ ଭିଡିଓକୋନ ମୁଖ୍ୟ ଭେନିଗୋପାଳ ଧୁତ ସଂଦେହଜନକଭାବେ ଦିପକ କୋଚରଙ୍କ କମ୍ପାନିକୁ କୋଟି କୋଟି ଟଙ୍କା ପ୍ରଦାନ କରିଥିଲେ ।

ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଭିଡିଓକୋନ ଗ୍ରୁପକୁ ୩୨୫୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବା ପେରେ ହିଁ ଏହି ଅର୍ଥ ପ୍ରଦାନ କରାଯାଇଥିଲା ବୋଲି କୁହାଯାଉଛି । ଭିଡିଓକୋନ ଗ୍ରୁପ ଏସବିଆଇ ନେତୃତ୍ୱାଧୀନ ୨୦ଟି ବ୍ୟାଙ୍କର ଏକ କନସୋର୍ଟିୟମ (ଗୋଷ୍ଠୀ) ଦ୍ୱାରା ମୋଟ ୪୦ ହଜାର କୋଟିର ଏକ ଋଣ ପାଇଥିଲା । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଋଣ ଏହି ୪୦ ହଜାର କୋଟିରେ ଅନ୍ତର୍ଭୁକ୍ତ ।

ସମ୍ବନ୍ଧିତ ଖବର