ଜିଏସ୍‌ଟି ରିଟର୍ଣ୍ଣ ଉପରେ ଏମ୍‌ଏସ୍‌ଏମ୍‌ଇମାନଙ୍କୁ ପାଇଁ ଋଣ ଦେବ ଆଇସିଆଇସିଆଇ ବ୍ୟାଙ୍କ

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏକ ନୂଆ ପରିଚାଳନା ପୁଞ୍ଜି ସୁବିଧା ଆରମ୍ଭ କରାଯାଇଛି ଯେଉଁଥିରେ ଏମ୍‌ଏସ୍‌ଏମ୍‌ଇମାନେ ସେମାନଙ୍କ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ରିଟର୍ଣ୍ଣ ଊପରେ ଓଭରଡ୍ରାଫ୍ଟ ସୁବିଧା ହାସଲ କରିପାରିବେ। ‘ଜିଏସ୍‌ଟି ବିଜନେସ୍‌ ଲୋନ୍‌‘ ନାମକ ଏହି ବ୍ୟବସ୍ଥାରେ ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକ ନଥିବା ଏମ୍‌ଏସ୍‌ଏମଇମାନେ ମଧ୍ୟ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। ଏହା ଜରିଆରେ ସୁବିଧାରେ ଓଭରଡ୍ରାଫ୍‌ଟ ହାସଲ କରାଯାଇପାରିବ କାରଣ ଏଥିପାଇଁ ବିପୁଳ ପରିମାଣର କାଗଜପତ୍ର ଯାଞ୍ଚ କରିବା ଦରକାର ପଡ଼ିବନି। ଦୁଇଟି କାଯର୍‌ୟ ଦିବସ ଭିତରେ ଓଭର ଡ୍ରାଫ୍ଟ ମଂଜୁର ହୋଇପାରିବ।ଏହି ସୁବିଧାରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ୧୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ସେମାନଙ୍କୁ ବିଗତ ୬ ମାସର ଜିଏସ୍‌ଟି ରିଟର୍ଣ୍ଣ ଦାଖଲ କରିବାକୁ ହେବ। କୌଣସି ଆର୍ଥିକ ବିବରଣୀ ଦେବାକୁ ପଡ଼ିବନି। ଜିଏସଟି ରିଟର୍ଣ୍ଣରେ ପ୍ରଦର୍ଶିତ କାରବାରର ୨୦% ଓଭରଡ୍ରାଫ୍ଟ ଭାବେ ମଂଜୁର ହେବ। ପରିଶୋଧ ରେକର୍ଡ ଆଧାରରେ ଏହି ଋଣର ବାର୍ଷିକ ନବୀକରଣ ମଧ୍ୟ କରାଯାଇପାରିବ।

ସମ୍ବନ୍ଧିତ ଖବର