ଆଇସିଆଇସିଆଇ ବ୍ୟାଙ୍କର ’ପେ ଲେଟର ବାଇ ଆଇସିଆଇସିଆଇ ବ୍ୟାଙ୍କ’ ବ୍ୟବସ୍ଥା

ମୁମ୍ବାଇ : ଛୋଟମୋଟିଆ ସାମଗ୍ରୀ ଡ଼ିଟିଟାଲ ଓ କାଗଜବିହୀନ ପ୍ଲାଟଫର୍ମରେ ତତ୍କାଳ କ୍ରୟ କରିବା ପାଇଁ ଆଇସିଆଇସିଆଇ ବ୍ୟାଙ୍କ ଏହାର ଗ୍ରାହକଙ୍କ ପାଇଁ ତତ୍କାଳ ଡ଼ିଜିଟାଲ କ୍ରେଡ଼ିଟ ସୁବିଧାର ଶୁଭାରମ୍ଭ କରିଥିବା ବିଷୟ ଘୋଷଣା କରିଛି । ’ପେ ଲେଟର ବାଇ ଆଇସିଆଇସିଆଇ ବ୍ୟାଙ୍କ’ ନାମରେ ନାମିତ ଏହି ବ୍ୟବସ୍ଥାରେ ଗ୍ରାହକ ଅନଲାଇନରେ ସାମଗ୍ରୀ କ୍ରୟ କରିବା ସହ ବିଲ ପ୍ରଦାନ କରିପାରିବେ । ଭିମ ୟୁପିଆଇ ୨.୦ ପ୍ରଯୁକ୍ତି  ଉପଯୋଗରେ ଗ୍ରାହକଙ୍କ ପାଇଁ ଏହି ସୁବିଧା ଉପଲବ୍‌ଧ ହୋଇପାରୁଛି । ଛୋଟମୋଟିଆ ସାମଗ୍ରୀ ତତ୍କାଳ କ୍ରୟ ନିମନ୍ତେ ଦେଶର ପ୍ରଥମ ବ୍ୟାଙ୍କ ଭାବେ ଆଇସିଆଇସିଆଇ ଗତବର୍ଷ ଫିନ୍‌ଟେକ ଫାର୍ମ ସହଭାଗିତାରେ ଏହି ବ୍ୟବସ୍ଥା ପ୍ରଚଳନ କରିଥିଲା । ଛୋଟମୋଟି ସାମଗ୍ରୀ କ୍ରୟ  କ୍ଷେତ୍ରରେ ଏକ ବିରାଟ ଋଣ ବଜାର ରହିଛି । ଏହାକୁ ଉପଲବ୍‌ଧ କରିବା ପରେ ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କ ପକ୍ଷରୁ ଏହି ୟୁପିଆଇ ୨.୦ ମାର୍ଗରେ ଏହି ଋଣପ୍ରଦାନ ବ୍ୟବସ୍ଥା ଗ୍ରଚଳନ କରାଯାଇଛି ।  ଏହାଫଳରେ ବ୍ୟାଙ୍କର ଅଭିବୃଦ୍ଧି ତ୍ୱରାନ୍ଵିତ ହୋଇପାରିବ । ପାର୍ବଣ ସମୟରେ ଲକ୍ଷାଧିକ ଗ୍ରାହକ ଏହି ବ୍ୟବସ୍ଥାରେ ନିଜ ମନପସନ୍ଦ ସାମଗ୍ରୀ କ୍ରୟ କରିବାରେ ସମର୍ଥ ହେବେ ବୋଲି ବ୍ୟାଙ୍କ ପକ୍ଷରୁ ଆଶାପ୍ରକାଶ କରାଯାଇଛି । ଯେଉଁମାନେ ସମସ୍ତ କାର୍ଯ୍ୟ ଏପରିକି ତତ୍କାଳ ଋଣ ପାଇଁ ଡ଼ିଜିଟାଲ ମାଧ୍ୟମକୁ ଅଗ୍ରାଧିକାର ଦେଉଛନ୍ତି ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ସହାୟକ ହୋଇପାରିବ । ବ୍ୟାଙ୍କର ମୋବାଇଲ ବ୍ୟାଙ୍କିଙ୍ଗ ଆପ୍‌ ଆଇମୋବାଇଲ, ଡ଼ିଜିଟାଲ ୱାଲେଟ ’ପକେଟ’, ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଉପଯୋଗ କରି ଗ୍ରାହକ ୨୦,୦୦୦ ଟଙ୍କା ଋଣ ତତ୍କାଳ ଏହି ବ୍ୟବସ୍ଥାରେ ପାଇପାରିବେ । ଏହି ବ୍ୟବସ୍ଥା ଗସ୍ତ, ରହଣି ଓ ମନୋରଂଜନ ଆଦି ପାଇଁ ଉପଲବ୍‌ଧ ।

ସମ୍ବନ୍ଧିତ ଖବର