ଆଇସିଆଇସିଆଇ ଏକାଡେମିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ବର ଆଇସିଆଇସିଆଇ ଏକାଡେମି ଫର୍‌ ସ୍କିଲସ୍‌ ପକ୍ଷରୁ ମହିଳାମାନଙ୍କୁ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। କଟକ ରୋଡ୍‌ ଠାରେ ଥିବା ଅନୁଷ୍ଠାନର କେନ୍ଦ୍ରରେ ଦକ୍ଷତା ପ୍ରଶିକ୍ଷଣ ପାଇ ବାଲେଶ୍ବରର ୨୩ ବର୍ଷ ବୟସର ଜଣେ ଯୁବତୀ ଗୀତାଞ୍ଜଳି ବାରିକ ସହକାରୀ ଶାଖା ପ୍ରବନ୍ଧକ ସ୍ତରର ଚାକିରି ପାଇଛନ୍ତି। ଆଇସିଆଇସିଆଇ ଫାଉଣ୍ଡେସନ୍‌ ପକ୍ଷରୁ ସ୍ଥାପନ କରାଯାଇଥିବା ଏହି ଅନୁଷ୍ଠାନରେ ଗୀତାଞ୍ଜଳି ‘ଅଫିସ୍‌ ଆଡ୍‌ମିନିଷ୍ଟ୍ରେଟର’ ପାଠ୍ୟକ୍ରମରେ ନାମ ଲେଖାଇ ପାଠପଢ଼ୁଥିଲେ। ପ୍ରଶିକ୍ଷଣ ଶେଷ ହେବା ପରେ ତାଙ୍କୁ ରାଜ୍ୟର ଏକ ମାଇକ୍ରୋ ଫାଇନାନ୍ସ କଂପାନିରେ ମା‌ଷ୍ଟର୍‌ ଟ୍ରେନର୍‌ ଭାବେ ଚାକିରି ମିଳିଥିଲା। କିଛି ଦିନ ପରେ ତାଙ୍କୁ ସହକାରୀ ଶାଖା ପ୍ରବନ୍ଧକ ଭାବେ ପଦୋନ୍ନତି ପ୍ରଦାନ କରାଯାଇଛି। ୨୦୦୮ ପରଠାରୁ ଭୁବନେଶ୍ବରରେ ଆଇସିଆଇସିଆଇ ଏକାଡେମି ଫର୍‌ ସ୍କିଲ୍‌ସ କାମ କରୁଛି। ଇତି ମଧ୍ୟରେ, ଏହା ରାଜ୍ୟର ସାଢ଼େ ତିନି ଲକ୍ଷ ଲୋକଙ୍କୁ ମାଗଣାରେ ଦକ୍ଷତା ତାଲିମ ପ୍ରଦାନ କରି ସେମାନଙ୍କୁ ନିଯୁକ୍ତି ସୁଯୋଗ ହାସଲ କରିବାରେ ସହଯୋଗ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର