ଘରୋଇ ବ୍ୟାଙ୍କ ବର୍ଗରେ ସାମିଲ ହେଲା ଆଇଡିବିଆଇ

ମୁମ୍ବାଇ: ଆଇଡିବିଆଇ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ‘ଘରୋଇ ବ୍ୟାଙ୍କ’ ବର୍ଗରେ ସାମିଲ କରାଯାଇଛି। ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ତରଫରୁ ବ୍ୟାଙ୍କର ୫୧% ଅଂଶଧନ ଅଧିଗ୍ରହଣ କରାଯିବା ପରେ ରିଜର୍ଭ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛି। ଏକ ବିଜ୍ଞପ୍ତି ଜାରି କରି ରିଜର୍ଭ ବ୍ୟାଙ୍କ ଜଣାଇଛନ୍ତି ଯେ, ୨୦୧୯ ଜାନୁଆରି ଠାରୁ ଆଇଡିବିଆଇ ବ୍ୟାଙ୍କକୁ ‘ଘରୋଇ ବ୍ୟାଙ୍କ’ ବର୍ଗରେ ସାମିଲ କରାଯାଇଛି। ଏହା ବ୍ୟତୀତ ଦେଶର ତିନିଟି ବ୍ୟାଙ୍କ-ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କକୁ ଡି-ଏସ୍‌ଆଇବି ମାନ୍ୟତା ପ୍ରଦାନ କରାଯାଇଛି। ଏହି ମାନ୍ୟତାର ଅର୍ଥ ହେଉଛି ଏହି ତିନି ବ୍ୟାଙ୍କ ଏତେ ବଡ଼ ଯେ ସହଜରେ ବିଫଳ ହେବେ ନାହିଁ।

ସମ୍ବନ୍ଧିତ ଖବର