ଏଣିକି ଆଇଡିଆ ଓ ଭୋଡାଫୋନ୍‌ ଲଞ୍ଚ କରି ପାରନ୍ତି ଶସ୍ତା ୪ଜି ହ୍ୟାଣ୍ଡସେଟ୍‌ !

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଦମଦାର ଅଫର ପରେ ଶସ୍ତା ୪ଜି ହ୍ୟାଣ୍ଡସେଟ୍‌ ଲଞ୍ଚ କରିଥିଲା। ରିଲାଏନ୍ସ ଜିଓର ଅଫରକୁ ଦେଖି ଅନ୍ୟ ଟେଲିକମ କମ୍ପାନି ସେମାନଙ୍କ ଅଫରରେ ପରିବର୍ତ୍ତନ କରିବା ସହିତ ୪ଜି ହ୍ୟାଣ୍ଡସେଟ ଲଞ୍ଚ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ତେବେ ଏହି ଦୌଡ଼ରେ ବର୍ତ୍ତମାନ ଆଇଡିଆ ଏବଂ ଭୋଡାଫୋନ ସାମିଲ ଅଛନ୍ତି। ନିକଟରେ ଏୟାରଟେଲ କାର୍ବନ ସହ ଭାଗୀଦାରୀରେ ୧,୩୯୯ ଟଙ୍କାର ୪ଜି ସ୍ମାର୍ଟଫୋନ ଲଞ୍ଚ କରିଥିବା ନେଇ ଖବର ଆସିଛି।

ଆଇଡିଆ ଏବଂ ଭୋଡାଫୋନ ମଧ୍ୟ ମିଳିତ ଭାବେ ୧,୫୦୦ଟଙ୍କାରୁ କିମ୍ବା ତାଠାରୁ କମ୍‌ ଦାମର ୪ଜି ହ୍ୟାଣ୍ଡସେଟ୍‌ ଲଂଚ କରିପାରନ୍ତି ବୋଲି ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି। ସ୍ୱଦେଶୀ ଟେଲିକମ ଦିଗ୍‌ଗଜ ଆଇଡିଆ ହ୍ୟାଣ୍ଡସେଟ୍‌ ମେକର ଲାଭା ଏବଂ କାର୍ବନ ସହ ଆଲୋଚନା ଚଳାଇଛି । ଅର୍ଥାତ ଏୟାରଟେଲ ଏବଂ ଜିଓକୁ ଟକ୍କର ଦେବା ପାଇଁ ଆଇଡିଆ ଏବଂ ଭୋଡାଫୋନ ମିଳିତ ଭାବେ ଶସ୍ତା ୪ଜି ହ୍ୟାଣ୍ଡସେଟ ସହିତ ଦମଦାର ଅଫର ମଧ୍ୟ ଗ୍ରାହକଙ୍କୁ ଭେଟି ଦେବା ପାଇଁ ଯୋଜନା ଚଳାଇଛନ୍ତି।

 

 

ଲାଭାର ପ୍ରଡକ୍ଟର ମୁଖ୍ୟ ଗୌରଭ ନିଗମଙ୍କ ସୂଚନା ଦେଇ କହିଛନ୍ତି କି, ‘ଆମେ ଏହି ତିନିଟି ଟେଲିକମ କଂପାନିଙ୍କ ସହ ବର୍ତ୍ତମାନ ଆଲୋଚନା ଜାରି ରଖିଛୁ, ହେଲେ ଏଯାବତ କୌଣସି ନିଷ୍ପତ୍ତି ନିଆଯାଇ ନାହଁ।

କାର୍ବନ କମ୍ପାନୀ ସହ ମିଶି ଏୟାରଟେଲ୍‌ କାର୍ବନ ଏ ୪୦ ଇଣ୍ଡିଆନ୍‌ ନାମକ ଏକ ଫୋନ୍‌ ଲଂଚ କରିଛି, ଯାହାର ମୂଲ୍ୟ ରହିଛି ମାତ୍ର ୧୩୯୯ ଟଙ୍କା । ଏହା ଗୁଗଲ ସାର୍ଟିଫାଏଡ଼୍‌ ଫୋନ୍‌ । ଏହି ସ୍ମାର୍ଟଫୋନରେ ଡୁଆଲ ସିମ୍‌ ଅପ୍ସନ୍‌ ରହିଛି । ଏହି ସ୍ମାର୍ଟଫୋନରେ ଗୁଗଲ ପ୍ଲେଷ୍ଟୋର ମଧ୍ୟ ରହିଛି, ଯେଉଁଠି ଫେସବୁକ୍‌, ହ୍‌ୱାଟସଆପ୍‌ ଓ ଗୁଗଲ ପରି ଆପ୍‌ ଚାଲିବ। ପ୍ରତି ମାସରେ ୧୬୯ ଟଙ୍କାର ରିଚାର୍ଜ କରିବା ପାଇଁ ପଡ଼ିବ । ଏହି ଅଫରରେ କଲିଂ ଓ ଡାଟା ସୁବିଧା ମଧ୍ୟ ଉପଲବ୍ଧ ହେବ । ଯଦି ଆପଣ ଏହି ଫୋନ୍‌ କିଣିବା ପାଇଁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ୨୮୯୯ ଟଙ୍କା ଡାଉନପେମେଣ୍ଟ କରିବା ପାଇଁ ପଡ଼ିବ ।

ଏହାସହ ଦୁଇ ବର୍ଷ ପର୍ଯ୍ୟନ୍ତ ଲଗାତାର ଭାବେ ମାସକ ୧୬୯ ଟଙ୍କା ଲେଖାଏଁ ରିଚାର୍ଜ କରିବା ପାଇଁ ପଡ଼ିବ ।୧୮ ମାସ ପର୍ଯ୍ୟନ୍ତ ଯଦି ଆପଣ ଏହି ସ୍ମାର୍ଟଫୋନକୁ ବ୍ୟବହାର କରୁଛନ୍ତି ତେବେ ଏୟାରଟେଲ କମ୍ପାନି ଆପଣଙ୍କୁ ପ୍ରଥମେ ୫୦୦ଟଙ୍କା ଫେରାଇବ । ଏହା ବ୍ୟତୀତ ୩୬ ମାସ ବ୍ୟବହାର କଲେ କମ୍ପାନି ଆପଣଙ୍କୁ ପୁଣି ଆଉ ୧୦୦୦ ଟଙ୍କା ଫେରାଇବ । ଏହାର ଅର୍ଥ ହେଲା ଗ୍ରାହକ ୧୫୦୦ ଟଙ୍କା ଫେରି ପାଇବେ।

ଯଦି ଏହି ଫୋନ୍‌ କିଣି ଚଳିତ ମାସ ୧୬୯ ଟଙ୍କାର ରିଚାର୍ଜ କରୁ ନାହାନ୍ତି ତେବେ ଆପଣ କୌଣସି ବି ଆମାଉଂଟର ରିଚାର୍ଜ କରାଇପାରିବେ ଏବଂ ଏହାର ବୈଧତା ରିଚାର୍ଜର ହିସାବରେ ହିଁ ମିଳିବ । ତେବେ କ୍ୟାସ୍‌ ଫେରାଇବା ମାମଲାରେ ଅପାଣଙ୍କୁ ୧୮ ମାସ ମଧ୍ୟରେ ୩୦୦୦ ଟଙ୍କାର ରିଚାର୍ଜ କରିବା ଆବଶ୍ୟକ ରହିଛି। ୧୬୯ ଟଙ୍କାର ରିଚାର୍ଜ ଉପରେ ଆପଣଙ୍କୁ ଅସୀମିତ କଲିଂ ସହ ୦.୫ ଜି ଡାଟା ମିଳିବ । ଏହାର ବୈଧତା ରହିବ୨୮ ଦିନ ପର୍ଯ୍ୟନ୍ତ ରହିଛି।

ଏୟାରଟେଲ କମ୍ପାନି ମୁତାବକ ସ୍ମାର୍ଟଫୋନ ପୁରାପୁରି ଗ୍ରାହକଙ୍କର ହିଁ ହେବ । କ୍ୟାସ ଫେରାଇବ ପରେ ମଧ୍ୟ ଗ୍ରାହକଙ୍କ ପାଖରେ ରହିବ ସ୍ମାର୍ଟଫୋନ୍‌।

ଏହି ସ୍ମାର୍ଟଫୋନର ବିଶେଷତ୍ୱ କ’ଣ ଜାଣନ୍ତୁ

କାର୍ବନ ଏ୪୦ରେ ୪ ଇଞ୍ଚର ଟଚ୍‌ ସ୍କ୍ରିନ୍‌ ଦିଆଯାଇଛି । ଏଥିରେ ଆଣ୍ଡ୍ରଏଡ଼୍‌ ୭.୦ ନୁଗଟ୍‌ ଦିଆଯାଇଛି । ଏଥିରେ ଏୟାରଟେଲର ମାଗଣା ଲୋଡ଼େଡ଼୍‌ ଆପ ଦିଆଯାଇଛି । ଏଥିରେ ମାଇ ଏୟାରଟେଲ୍‌, ୱିଙ୍କ୍‌ ମ୍ୟୁଜିକ୍‌ ଓ ଅନ୍ୟ ଆପ ମଧ୍ୟ ମିଳିବ । ଏହି ସ୍ମାର୍ଟଫୋନରେ ୧.୩ ଜିଏଚ୍‌ ଜେଡ଼୍‌ ପ୍ରୋସସେର ଦିଆଯାଇଛି ଏବଂ ଏଥିରେ ୧ ଜିବି ର‍୍ୟାମ୍‌ ରହିଛି ।

ଏହି ସ୍ମାର୍ଟଫୋନର ଇଂଟରନାଲ ମେମୋରି ୮ ଜିବି ରହିବ । ଯାହାକୁ ମାଇକ୍ରୋ ଏସଡ଼ି କାର୍ଡ଼ ଜରିଆରେ ୩୨ ଜିବି ପର୍ଯ୍ୟନ୍ତ ବଢ଼ା ଯାଇପାରିବ । ଆପଣ ଏଥିରେ ଦୁଇଟି ସିମ୍‌ ଲଗାଇ ପାରିବେ । ଏହି ସ୍ମାର୍ଟଫୋନରେ ୪ଜି/୩ଜି/୨ଜି ଫିଚର ସହ ଭୋଲ୍‌ଟି ଫିଚର, ୱାଇଫାଇ ଓ ବ୍ଲୁଟୁଥ୍‌ କନେକ୍ଟିଭିଟି ମଧ୍ୟ ରହିବ । ଫଟୋ ଉଠାଇବା ପାଇଁ ୨ ମେଗାପିକ୍ସେଲ ରିୟର ଓ ୦.୩ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।

ସମ୍ବନ୍ଧିତ ଖବର