ଆପଣ ବି ବନି ପାରିବେ ଅମ୍ବାନିଙ୍କ ଭଳି ବ୍ୟବସାୟୀ, ଗୋଟିଏ ‘ଆଇଡ଼ିଆ’ ଦେଇ ନିଅନ୍ତୁ ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ୩ ମାସର ଟ୍ରେନିଙ୍ଗ୍‌

ନୂଆଦିଲ୍ଲୀ: ଆଇଡ଼ିଆ ଟେଲିକମ୍‌ କମ୍ପାନିର ବିଜ୍ଞାପନରେ ସେ କଥାଟି ତ ଆପଣ ନିଶ୍ଚୟ ଶୁଣିଥିବେ । ଏକ୍‌ ଆଇଡ଼ିଆ ଜୋ ବଦ୍‌ଲଦେ ଆପ୍‌କି ଦୁନିଆ । ଏବେ ସେହି କଥାଟିକୁ ସତ କରିଛନ୍ତି ମୁକେଶ ଅମ୍ବାନି । ଯଦି ଆପଣଙ୍କ ପାଖରେ ଆଇଡିଆ ବା ନୂତନ ଚିନ୍ତାଧାରା ଅଛି ତେବେ ଆପଣଙ୍କୁ ବ୍ୟବସାୟ ଶିିଖିବା ପାଇଁ ୩ ମାସର ଟ୍ରେନିଙ୍ଗ ଦେବ ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍‌ । ଏଥିପାଇଁ କମ୍ପାନି ତରଫରୁ ଜିଓଜେନ୍‌ନେକ୍ସଟ୍‌ ପ୍ଲାଟ୍‌ଫର୍ମ ଆରମ୍ଭ କରାଯାଇଛି । ଏଥିରେ ବ୍ୟବସାୟକୁ ନେଇ ନୂଆ ଆଇଡିଆ ବା ଚିନ୍ତାଧାରା ଦେବା ଲୋକମାନଙ୍କୁ ଟ୍ରେନିଙ୍ଗ ଦେବା ପାଇଁ କମ୍ପାନିର ଏକ୍ସପର୍ଟମାନଙ୍କୁ ନିୟୋଜିତ କରାଯାଇଛି । ପ୍ରତି ୩ ମାସରେ ଏକ ନୂତନ ବ୍ୟାଚ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି ।

The Hindu

ରିଲାୟନ୍ସ ଇଣ୍ଡଷ୍ଟ୍ରିଜ ଏହି ଅଭିଯାନରେ ମୁଖ୍ୟତଃ ଯୁବପିଢ଼ିଙ୍କୁ ସାମିଲ କରିବା ଲକ୍ଷ୍ୟ ରଖିଛି । ଏହି ଅଭିଯାନ ମାଧ୍ୟମରେ ଦେଶର ପ୍ରତି କୋଣରୁ ଲୋକମାନେ ବ୍ୟବସାୟକୁ ବଢ଼ାଇବା ପାଇଁ ନିଜର ଆଇଡ଼ିଆ ଲେଖି ପଠାଇବେ। ଏହି ଆଇଡିଆକୁ ଏକ ବିଚାରକ ମଣ୍ଡଳୀ ଆଗରେ ଉପସ୍ଥାପିତ କରାଯିବ । ଯାହାର ଆଇଡ଼ିଆ ବିଚାରକଙ୍କୁ ପସନ୍ଦ ଆସିବ ସେମାନଙ୍କୁ ୩ ମାସର ଟ୍ରେନିଙ୍ଗ ଦେବା ପାଇଁ ଅନୁମତି ଦିଆଯାଇଥାଏ । ଏହି ୩ ମାସର ଟ୍ରେନିଙ୍ଗରେ ରିଲାୟନ୍ସର ବିଜ୍‌ନେସ୍‌ ଲିଡ଼ର ସେମାନଙ୍କୁ ବ୍ୟବସାୟ ବିଷୟରେ ଶିଖାଇବା ସହ ନିଜର କମ୍ପାନି କିପରି ଆରମ୍ଭ କରିବେ ସେ ନେଇ ସବୁ ପ୍ରକାରର ଟ୍ରେନିଙ୍ଗ ଦେବେ । ଯଦି ଆପଣ ଏହି ୩ମାସର ଟ୍ରେନିଙ୍ଗ ନେବା ପାଇଁ ଇଚ୍ଛା ରଖିଛନ୍ତି ତେବେ ଆପଣ ସିଧା କମ୍ପାନିର େଓ୍ଵବ୍‌ସାଇଟ୍‌ https://www.jiogennext.com/faq.କୁ ଯାଇ ଆବେଦନ କରି ପାରିବେ । ଏହି ଲିଙ୍କ୍‌କୁ ଖୋଲି ଆବେଦନ କରିବା ପାଇଁ ଲେଖା ଯାଇଥିବା ସ୍ଥାନ ଉପରେ କ୍ଲିକ୍‌ କରି ଆପଣ କମ୍ପାନିକୁ ନିଜର ଆବେଦନ ପତ୍ର ପଠାଇ ପାରିବେ । ପରେ ଆବେଦନ ପତ୍ର ପାଇ କମ୍ପାନି କର୍ମଚାରୀ ଆପଣଙ୍କୁ ସଂପର୍କ କରିବେ ।

ସମ୍ବନ୍ଧିତ ଖବର