ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌କୁ ବିକିଦେବେ!

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ଫସିଥିବା ଭିତ୍ତିଭୂମି ପାଣ୍ଠି ଯୋଗାଣକାରୀ ସଂସ୍ଥା ଇନଫ୍ରାଷ୍ଟ୍ରକଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ (ଆଇଏଲ ଆଣ୍ଡ ଏଫଏସ)କୁ ସରକାର ସମ୍ପୂର୍ଣ୍ଣ ଭାବେ ବିକ୍ରି କରିଦେଇପାରନ୍ତି। ସରକାରଙ୍କ ପକ୍ଷରୁ ଉଦୟ କୋଟାକଙ୍କ ନେତୃତ୍ବରେ ନିଯୁକ୍ତ ହୋଇଥିବା ବୋର୍ଡ ବୁଧବାର ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ (ଏନସିଏଲଟି)ରେ ଏହାର ରିପୋର୍ଟ ଦାଖଲ କରିବ। ଏଥିରେ ଆଇଏଲ ଆଣ୍ଡ ଏଫଏସ ପାଇଁ ବିଭିନ୍ନ ଯୋଜନାମାନ ଦାଖଲ କରାଯିବ। ଏହି ଯୋଜନା ମଧ୍ୟରେ ଗୋଟିଏ ହେଲା ଜଣେ ଭଲ ନିବେଶକଙ୍କୁ ଉକ୍ତ କମ୍ପାନିକୁ ସମ୍ପୂର୍ଣ୍ଣ ଭାବେ ବିକ୍ରି କରିଦେବା। ଅନ୍ୟ ଯେଉଁ ବିକଳ୍ପଟି ହେଉଛି କମ୍ପାନିର ବିଭିନ୍ନ ବ୍ୟବସାୟକୁ ପୃଥକୀକରଣ କରି ସେଗୁଡ଼ିକୁ ଅଲଗା ଅଲଗା ଭାବେ ବିକ୍ରି କରିବା।

ସମ୍ବନ୍ଧିତ ଖବର