ଚଳିତ ବର୍ଷ ଭାରତର ଅଭିବୃଦ୍ଧି ହାର ୬.୧% କୁ ଖସିବ : ଆଇଏମଏଫ

ନୂଆଦିଲ୍ଲୀ : ବିଶ୍ୱବ୍ୟାଙ୍କ ପରେ ଆଇଏମଏଫ ମଧ୍ୟ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କରିଛି । ଚଳିତ ବର୍ଷ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୧ ପ୍ରତିଶତକୁ ହ୍ରାସ ପାଇବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ନିଜର ଓ୍ଵାର୍ଲଡ ଇକନୋମିକ ଆଉଟଲୁକ ( ବିଶ୍ୱ ଅର୍ଥନୈତିକ ପ୍ରେକ୍ଷାପଟ୍ଟ) ରିପୋର୍ଟରେ ପୂର୍ବାନୁମାନ କରିଛି । ଗତ ଏପ୍ରିଲ ମାସରେ ଆଇଏମଏଫ କହିଥିଲା ଯେ ଚଳିତ ବର୍ଷ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭.୩ ପ୍ରତିଶତ ରହିବ । କିନ୍ତୁ ଏବେ ସେହି ଅଟକଳକୁ ହ୍ରାସ କରିଛି ଆଇଏମଏଫ । ଗତ ବର୍ଷ (୨୦୧୮)ରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୮ ପ୍ରତିଶତ ଥିଲା । ତେବେ ଆସନ୍ତା ବର୍ଷ ଭାରତର ଅଭିବୃଦ୍ଧି ହାରରେ ଉନ୍ନତି ଦେଖାଯାଇ ତାହା ୭ ପ୍ରତିଶତ ଛୁଇଁବ ବୋଲି ଆଇଏମଏଫ କହିଛି ।
ଗତ ରବିବାରଦିନ ବିଶ୍ୱବ୍ୟାଙ୍କ ନିଜର ସାଉଥ ଏସିଆ ଇକନୋମିକ ଫୋକସ ରିପୋର୍ଟରେ କହିଥିଲା ଯେ ୨୦୧୯ରେ ଭାରତର ଅଭିବୃଦ୍ଧି ହାର ୬ ପ୍ରତିଶତକୁ ହ୍ରାସ ପାଇବ ।

ସମ୍ବନ୍ଧିତ ଖବର