୪ ବର୍ଷରେ ନେଲାଣି ୧୩,୫୦୦ କୋଟି

ଖସୁଛି ବଜାରଅଂଶ

ଗତ ୪ ବର୍ଷ ମଧ୍ୟରେ ଏୟାର ଇଣ୍ଡିଆକୁ ସରକାର ୧୩,୫୦୦ କୋଟି ଟଙ୍କାର ପ୍ୟାକେଜ ପ୍ରଦାନ କରି ସାରିଲେଣି। ୨୦୧୪-୧୫ ଆର୍ଥିକ ବର୍ଷରେ ଏୟାର ଇଣ୍ଡିଆକୁ ୫୭୮୦ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ୨୦୧୫-୧୬ରେ ୩୩୦୦ କୋଟି, ୨୦୧୬-୧୭ରେ ୨୪୬୫ କୋଟି ଏବଂ ୨୦୧୭-୧୮ରେ ୧୮୦୦ କୋଟି ଟଙ୍କା ପ୍ରଦାନ କରଯାଇଛି। ଏହା ସତ୍ତ୍ୱେ କମ୍ପାନି କ୍ଷତିରେ ଚାଲିଛି। ୨୦୧୨-୧୩ରେ କମ୍ପାନି ୫୪୯୦ କୋଟି, ୨୦୧୩-୧୪ରେ ୬୨୭୯ କୋଟି, ୨୦୧୪-୧୫ରେ ୫୮୬୦ କୋଟି, ୨୦୧୫-୧୬ରେ ୨୬୩୬ କୋଟି ଏବଂ ୨୦୧୬-୧୭ରେ ୩୬୪୩ କୋଟି ଟଙ୍କାର କ୍ଷତି କରିଛି।

କେବଳ ଋଣ ଏବଂ କ୍ଷତି ଏୟାର ଇଣ୍ଡିଆର ବଢ଼ୁନାହିଁ ପ୍ରତିଯୋଗିତାରେ କମ୍ପାନିର ବଜାରଅଂଶ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଗତକିଛି ବର୍ଷର ନଭେମ୍ବର ମାସ ତଥ୍ୟକୁ ବିଶ୍ଳେଷଣ କରିବାରୁ ଜଣାଯାଇଛି ୨୦୧୨ରେ ଏହାର ବଜାରଅଂଶ ୨୦.୭ ପ୍ରତିଶତ ଥିବାବେଳେ ୨୦୧୭ରେ ଏହା ୧୩.୬ ପ୍ରତିଶତକୁ ଖସିଆସିଛି।

ସମ୍ବନ୍ଧିତ ଖବର