ଅଗଷ୍ଟ, ସେପ୍ଟେମ୍ବର ଜିଏସ୍‌ଟି ଜରିମାନା ଛାଡ଼

ନୂଆଦିଲ୍ଲୀ: ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ପାଇଁ ଯେଉଁ ବ୍ୟବସାୟୀମାନେ ଜିଏସ୍‌ଟି ରିଟର୍ଣ୍ଣ ଫାଇଲ୍‌ କରିନାହାନ୍ତି ସେମାନଙ୍କ ଉପରେ କୌଣସି ଜରିମାନା ଲାଗୁ କରାଯିବ ନାହିଁ। ସରକାରଙ୍କ ପକ୍ଷରୁ ଜରିମାନା ରାଶି ଉଚ୍ଛେଦ କରାଯାଇଛି। ଜୁଲାଇ ମାସର ଜରିମାନା ରାଶି ମଧ୍ୟ ଉଚ୍ଛେଦ କରାଯାଇଥିଲା। ସେପ୍ଟେମ୍ବରରେ ସରକାର ୯୨,୧୫୦ କୋଟି ଟଙ୍କାର ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୪୨.୯୧ ଲକ୍ଷ ବ୍ୟବସାୟୀ ଜିଏସ୍‌ଟି ରିଟର୍ଣ୍ଣ ଫାଇଲ୍‌ କରିଛନ୍ତି। ସେପ୍ଟେମ୍ବରରେ କେନ୍ଦ୍ରୀୟ ଜିଏସ୍‌ଟି ଆକାରରେ ୧୪.୦୪୨ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ରାଜ୍ୟ ଜିଏସ୍‌ଟି ଭାବେ ୨୧,୧୭୨ କୋଟି ଟଙ୍କା ଆଦାୟ ହୋଇଛି। ସମନ୍ଵିତ ଜିଏସ୍‌ଟି ପରିମାଣ ୪୮,୯୪୮ କୋଟି ଟଙ୍କା ରହିଛି। କ୍ଷତିପୂରଣ ସେସ୍‌ ଭାବେ ୭୯୮୮ କୋଟି ଟଙ୍କା ଆଦାୟ କରାଯାଇଛି। ଉଲ୍ଲେଖଯୋଗ୍ୟ, ଜୁଲାଇରେ ଜିଏସ୍‌ଟି ସଂଗ୍ରହ ୯୫,୦୦୦ କୋଟି ଟଙ୍କା ହୋଇଥିବା ବେଳେ ଅଗଷ୍ଟରେ ତାହା ୯୧,୦୦୦ କୋଟି ଟଙ୍କା ରହିଥିଲା।

ସମ୍ବନ୍ଧିତ ଖବର