ତିନି ଦିନରେ ନିବେଶକଙ୍କ ଲାଭ ୫.୩୦ ଲକ୍ଷ କୋଟି

ନୂଆଦିଲ୍ଲୀ: ସେ‌ନସେକ୍ସ ଲାଗାତାର ଗତ ୩ଟି କାର୍ଯ୍ୟଦିବସ ହେଲା ଉପରକୁ ଉଠୁଛି। ଶୁକ୍ରବାର, ସୋମବାର ଓ ମଙ୍ଗଳବାରରେ ସେନସେକ୍ସ ୪୨୮.୯ ପଏଣ୍ଟ ବୃଦ୍ଧି ଘଟିଛି। ଏଥିଯୋଗୁ ନିବେଶକମାନଙ୍କ ବଜାରପୁଞ୍ଜି ୫.୩୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ମଙ୍ଗଳବାର ସେନସେକ୍ସ ୨୯୭.୩୮ ପଏଣ୍ଟ ଉପରକୁ ଉଠିବା ସହିତ ୩୫୧୬୨.୪୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗତ ତିନୋଟି କାର୍ଯ୍ୟଦିବସ ମଧ୍ୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ବଜାରପୁଞ୍ଜି ୧, ୪୧, ୦୧, ୩୩୮ କୋଟି ଟଙ୍କାରେ ପହଞ୍ଚିଛି। ସେହିଭଳି ଆଜି ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ମଧ୍ୟ ସୁଧାର ଆସିଛି। ଟଙ୍କା ମୂଲ୍ୟ ୩୫ ପଇସା ବୃଦ୍ଧି ପାଇଛି। ଫଳରେ ୧ ଡଲାର ମୂଲ୍ୟ ୭୩ ଟଙ୍କା ୪୮ ପଇସାରେ ରହିଛି।

ସମ୍ବନ୍ଧିତ ଖବର