ଗହମ, ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗହମ ଏବଂ ଦୁଇ ପ୍ରକାର ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। ଗହମର ଏମ୍‌ଏସ୍‌ପି କ୍ୱିଣ୍ଟାଲ୍‌ ପିଛା ୧୧୦ ଟଙ୍କା ବୃଦ୍ଧି ପାଇ ୧୭୩୫ ଟଙ୍କା ହୋଇଛି। ଚଣା ଏବଂ ମସୁର ଡାଲିର ଏମ୍‌ଏସ୍‌ପି କ୍ୱିଣ୍ଟାଲ୍‌ ପିଛା ୨୦୦ ଟଙ୍କା ବୃଦ୍ଧି ପାଇ ଯଥାକ୍ରମେ ୪୨୦୦ ଟଙ୍କା ଏବଂ ୪୧୫୦ ଟଙ୍କା ହୋଇଛି। ୨୦୧୭-୧୮ର ରବି ଋତୁରେ ଉତ୍ପାଦିତ ଫସଲ ପାଇଁ ଏହି ଏମ୍‌ଏସ୍‌ପି ଘୋଷଣା କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏମ୍‌ଏସ୍‌ପି ହେଉଛି ସେହି ଦର ଯେଉଁ ଦରରେ ସରକାର ଚାଷୀଙ୍କଠାରୁ ଉତ୍ପାଦିତ ସାମଗ୍ରୀ ଖରିଦ କରିଥାନ୍ତି। ସେରିଷ ଏବଂ ସୂର୍ଯ୍ୟମୁଖି ଭଳି ତୈଳବୀଜର ଏମ୍‌ଏସ୍‌ପି ମଧ୍ୟ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର