ମୁକେଶ ଅମ୍ବାନିଙ୍କ ପରିବାରକୁ ଆୟକର ନୋଟିସ: ରିପୋର୍ଟ

ମୁମ୍ବାଇ: ଆୟକର ବିଭାଗ ପକ୍ଷରୁ ମୁକେଶ ଅମ୍ବାନିଙ୍କ ପରିବାର ସଦସ୍ୟଙ୍କୁ ଆୟକର ନୋଟିସ ଦିଆଯାଇଛି। ୨୦୧୫ କଳାଟଙ୍କା ଆଇନ ଅନୁଯାୟୀ ଏହି ନୋଟିସ ପଠାଯାଇଛି। ବିଦେଶରେ ଅଘୋଷିତ ଆୟ ଏବଂ ସମ୍ପତ୍ତି ଥିବା କାରଣରୁ ଉକ୍ତ ନୋଟିସ ଦିଆଯାଇଥିବା ଦି ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ଏହା କୁହାଯାଇଛି, ମୁକେଶ ଅମ୍ବାନିଙ୍କ ପତ୍ନୀ ନୀତି ଏବଂ ତାଙ୍କର ତିନି ସନ୍ତାନଙ୍କୁ ୨୦୧୯ ମାର୍ଚ୍ଚ ୨୮ରେ ଆନୁଷ୍ଠାନିକ ସତର୍କ ନୋଟିସ ଦିଆଯାଇଥିଲା। ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ନାମ ଏଚଏଚବିସି ଜେନେଭା ଶାଖାର ଭାରତୀୟଙ୍କ ତାଲିକାରେ ମୁକେଶଙ୍କ ନାମ ଥିବା ସଂକ୍ରାନ୍ତ ରିପୋର୍ଟ ସରକାରଙ୍କୁ ୨୦୧୧ରେ ପ୍ରଦାନ କରାଯାଇଥିଲା। ଏହି ଶାଖାରେ ୧୦୦୦ରୁ ଅଧିକ ଭାରତୀୟ ଜମାକାରୀ ଆୟକର ସ୍କାନରରେ ରହିଥିବା କୁହାଯାଉଛି। ତେବେ ରିଲାଏନ୍ସ ପ୍ରବକ୍ତା ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର