ଆୟକର ଆଦାୟରେ ରେକର୍ଡ

ଗୌହାଟି: ୨୦୧୭-୧୮ ଆର୍ଥିକ ବର୍ଷ ଦେଶରେ ରେକର୍ଡ ୧୦.୦୩ ଲକ୍ଷ କୋଟି ଟଙ୍କାର ଆୟକର ଆଦାୟ ହୋଇଛି। ପୂର୍ବାଞ୍ଚଳ ଆୟକର ପ୍ରଶାସକଙ୍କ ଦୁଇ ଦିନିଆ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ସଦସ୍ୟା ସାବ୍ରି ଭଟ୍ଟଶାଳୀ କହିଛନ୍ତି। ସେ କହିଛନ୍ତି, ୨୦୧୭-୧୮ରେ ରେକର୍ଡ ୬.୯୨ କୋଟିର ଆୟକର ରିଟର୍ଣ୍ଣ ଫାଇଲ୍‌ ହୋଇଛି। ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଏହା ୧.୩୧ କୋଟି ଅଧିକ। ଏମାନଙ୍କ ମଧ୍ୟରେ ନୂଆ ଆୟକର ରିଟର୍ଣ୍ଣ ଫାଇଲ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧.୦୬ କୋଟି ରହିଛି। ଆୟକରଦାତାଙ୍କ ସଂଖ୍ୟା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଚଳିତ ଆର୍ଥିକ ବର୍ଷ ପାଇଁ ୧.୨୫ କୋଟି ନୂଆ ଆୟକର ରିଟର୍ଣ୍ଣ ଦାଖଲ ଲାଗି ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର