ଆୟକର ରିଟର୍ଣ୍ଣ ଫର୍ମରେ ଦେବାକୁ ପଡ଼ିବ ଅଧିକ ତଥ୍ୟ

ନୂଆଦିଲ୍ଲୀ: ନୂଆ ଆୟକର ରିଟର୍ଣ୍ଣ ଫର୍ମରେ ଟିକସଦାତାଙ୍କୁ ଅଧିକ ତଥ୍ୟ ଦେବାକୁ ପଡ଼ିବ। ଭାରତରେ କେତେ ଦିନ ବସବାସ କରିଛନ୍ତି ଏବଂ କେତେ ପରିମାଣର ଅଣତାଲିକାଭୁକ୍ତ (ଅନ୍‌ଲିଷ୍ଟେଡ୍‌) ସେୟାର ପାଖରେ ରହିଛି ସେହି ସୂଚନା ଦେବାକୁ ପଡ଼ିବ। ବେତନଭୋଗୀଙ୍କ ଦ୍ବାରା ଦାୟର କରାଯାଉଥିବା ଆଇଟିଆର୍‌-୧ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ତେବେ ଆଇଟିଆର୍‌ ୨, ୩, ୫, ୬ ଓ ୭ରେ କିଛିଟା ଅତିରିକ୍ତ ତଥ୍ୟ ମଗାଯାଇଛି। ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୩୧।

ସମ୍ବନ୍ଧିତ ଖବର