ବେଦାନ୍ତ ଲାଞ୍ଜିଗଡ଼କୁ ଇଣ୍ଡିଆ ସିଏସ୍‌ଆର୍‌ ପୁରସ୍କାର

ଲାଞ୍ଜିଗଡ଼: ବେଦାନ୍ତ ଲାଞ୍ଜିଗଡ଼ ଲିମିଟେଡକୁ କାଳାହାଣ୍ଡିରେ ଡୋକ୍ରା, ଆଦିବାସୀ ପେଣ୍ଟିଂ ଓ କାଳାକୃତିର ବିକାଶ ନିମନ୍ତେ କରାଯାଇଥିବା ଆଜୀବିକା ପ୍ରୟାସ ଲାଗି ଇଣ୍ଡିଆ ସିଏସ୍ଆର ଆୱାର୍ଡ-୨୦୧୯ ପ୍ରଦାନ କରାଯାଇଛି। କମ୍ପାନି ନିକଟରେ ରହୁଥିବା ଲୋକଙ୍କ ଜୀବନଜୀବୀକା ବିକାଶ କ୍ଷେତ୍ରରେ ବେଦାନ୍ତ ନିରନ୍ତର ପ୍ରୟାସ ଜାରି ରଖିଛି। କମ୍ପାନିର ସିଏସ୍ଆର୍ କାର୍ଯ୍ୟକ୍ରମ ସ୍ଥାନୀୟ ଅଂଚଳର ପାରମ୍ପରିକ କଳାକୃତିର ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ଗ୍ରାମୀଣ ପ୍ରତିଭାର ବିକାଶ ଜାରି ରଖିଛି ବୋଲି ଏହି ଅବସରରେ ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼ର ସିଓଓ ରାକେଶ ମୋହନ କହିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମେ ଏହି କଳାକୃତୀକୁ ଭାରତୀୟ କଳାକୃତୀର ମୁଖ୍ୟ ସ୍ରୋତରେ ସାମିଲ୍ କରିବାକୁ ସକ୍ଷମ ହୋଇପାରିଛୁ। ବେଦାନ୍ତ ସବୁବେଳେ ଭାରତୀୟ ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ ଜାରି ରଖିଥାଏ । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ କାରୀଗରଙ୍କ ଆର୍ଥିକ ବିକାଶ ହୋଇପାରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର