ଆକର୍ଷଣୀୟ ସ୍ଥାନରେ ପରିଣତ ହୋଇଛି ଭାରତ: ଜେଟ୍‌ଲି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ୪ ବର୍ଷ ପୂର୍ତ୍ତି ଉପଲକ୍ଷେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ତାଙ୍କ ମନ୍ତବ୍ୟ ରଖିଛନ୍ତି। ଏକ ଫେସ୍‌ବୁକ୍‌ ପୋଷ୍ଟରେ ସେ କହିଛନ୍ତି ଦେଶବାସୀଙ୍କୁ ମୋଦି ସରକାର ଏକ ଦୁର୍ନୀତି (ସ୍କାମ୍‌) ମୁକ୍ତ ଶାସନ ପ୍ରଦାନ କରିଛି। ଭାରତ ବିଶ୍ୱର ଏକ ଦୁର୍ବଳ ଅର୍ଥନୀତି ପରିବର୍ତ୍ତେ ଏବେ ଏକ ଆକର୍ଷଣୀୟ କେନ୍ଦ୍ରରେ ପରିଣତ ହୋଇଛି। ପୂର୍ବରୁ ଆରମ୍ଭ ହୋଇଥିବା ବିଭିନ୍ନ ପଦକ୍ଷେପକୁ ସୁଦୃଢ଼ କରିବା ଉପରେ ସରକାର ଏବେ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି। ପୂର୍ବ ୧୦ ବର୍ଷର ଉପା ସରକାର ସ୍ୱାଧୀନ ଭାରତର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର ଥିଲା ବୋଲି ଜେଟ୍‌ଲି ଏହି ଅବସରରେ ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର