ଭାରତ ହେଲା ବିଶ୍ୱର ଦ୍ୱିତୀୟ ସର୍ବାଧିକ ମୋବାଇଲ ଉତ୍ପାଦ ଦେଶ

ନୂଆଦିଲ୍ଲୀ : ସାରା ବିଶ୍ୱରେ ଭାରତ ଦ୍ୱିତୀୟ ସର୍ବାଧିକ ମୋବାଇଲ ଉତ୍ପାଦ ଦେଶ ଭାବେ ମାନ୍ୟତା ପାଇଛି। ଏସଂପର୍କରେ ଇଣ୍ଡିଆନ୍‌ ସେଲୁଲାର ଆସୋସିଏସନ୍‌ (ଆଇସିଏ) ମାଧ୍ୟମରେ ଦୂରସଂଚାର ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି । ଭିଏତ୍‌ନାମକୁ ପଛରେ ପକାଇ ନିଜ ପାଇଁ ଏହି ସ୍ଥାନ ଦଖଲ କରିଛି ଭାରତ। ଭାରତ ସରକାର , ଆଇସିଏ ଏବଂ ଏଫଟିଟିଏଫ ର କଠିନ ପରିଶ୍ରମରେ ଦ୍ୱାରା ବିଶ୍ୱରେ ଭାରତ ଦ୍ୱିତୀୟ ସବୁଠାରୁ ଅଧିକ ମୋବାଇଲ ଉତ୍ପାଦକ ଦେଶ ଭାବେ ବିବେଚିତ ହୋଇଛି।ଏଥିପାଇଁ ଦେଶବାସୀଙ୍କୁ ଅନେକ ଶୁଭେତ୍ସା ଜଣାଇଛନ୍ତି ଦୁରସଂଚାର ମନ୍ତ୍ରୀ ।

Sirf News

୨୦୧୭-୧୮ ମସିହାରେ ଭାରତରେ ମୋବାଇଲର ଉତ୍ପାଦ ବଢ଼ିବା ସହ ବିଦେଶରୁ ଏହାର ଆମଦାନୀ ବହୁତ ମାତ୍ରାରେ କମ ହୋଇଛି । ଆଇସିଏ ଦ୍ୱାରା ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଛି ୨୦୧୪ ମସିହାଠାରୁ ଦେଶରେ ୩ ଗୁଣ ମୋବାଇଲ ଉତ୍ପାଦ ବଢ଼ିଥିବା ସହିତ ୧.୧ ମିଲିୟନ ୟୁନିଟ ମୋବାଇଲ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର