ଦେଶରେ ୫୬ଟି ନୂଆ ଏୟାରପୋର୍ଟ ନିର୍ମାଣ କରାଯିବ

ନୂଆଦିଲ୍ଲୀ : ଦେଶରେ ଏବେ ୧୨୬ଟି ଏୟାରପୋର୍ଟ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ପରିଚାଳନାଧୀନ ଥିବାବେଳେ  ଆସନ୍ତା କିଛି ବର୍ଷମଧ୍ୟରେ ଦେଶରେ ଆଉ ୫୬ଟି ନୂଆ ବିମାନ ବନ୍ଦର ଚାଲୁ ହେବ ବୋଲି ସରକାରୀ ସୁତ୍ରରୁ ଜଣାପଡିଛି । ଏହା ମଧ୍ୟରେ ରହିଛି ଓଡିଶାର ଝାରସୁଗୁଡା ଏୟାରପୋର୍ଟ ।

କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ କହିଛନ୍ତି ଯେ ଭାରତ ପରି ଦେଶରେ ବ୍ୟବସାୟିକ ଗତିବିଧିର ପରିଚାଳନା ତଥା ଘରୋଇ ଏବଂ ବିଶ୍ୱ ଅର୍ଥବ୍ୟବସ୍ଥା ସହିତ ଦ୍ରୂତ ଗତିରେ ତାଳମେଳ ରଖିବା ପାଇଁ ଉତ୍ତମ ଲଜିଷ୍ଟିକ୍ସ ମହତ୍ୱପୂର୍ଣ୍ଣ । ଏହି ବିଷୟକୁ ଧ୍ୟାନରେ ରଖି ଆଗାମୀ କିଛି ବର୍ଷ ମଧ୍ୟରେ ୫୬ ଟି ନୂତନ ଏୟାରପୋର୍ଟ କାର୍ଯ୍ୟକ୍ଷମ ହେବ । ଶ୍ରୀ ସୁରେଶ ପ୍ରଭୁ ନୂଆଦିଲ୍ଲୀଠାରେ ଦୁଇ ଦିବସୀୟ ଗ୍ଲୋବାଲ ଲଜିଷ୍ଟିକ୍ସ ଶିଖର ସମ୍ମିଳନୀକୁ ସମ୍ବୋଧିତ କରୁଥିଲେ ।

ଶ୍ରୀ ପ୍ରଭୁ କହିଲେ ଯେ ଲଜିଷ୍ଟିକ୍ସ ଏବଂ ଯୋଗାଯୋଗ କ୍ଷେତ୍ରରେ ସୁଧାର ଆଣିବା ପାଇଁ ସମସ୍ତ ଅଂଶୀଦାରଙ୍କୁ ଏକ ସାଥିରେ ଆଣି ସଠିକ ମଂଚ ପ୍ରସ୍ତୁତ କରିବା ଉଚିତ ଯାହାକି ଆନ୍ତଃରାଜ୍ୟ ଏବଂ ଆନ୍ତର୍ଜାତିକ ବ୍ୟବସାୟ ପ୍ରବାହରେ ଉନ୍ନତି ପାଇଁ ମହତ୍ୱପୂର୍ଣ୍ଣ ।

୨୦୧୯-୨୦ ରେ ଭାରତୀୟ ଲଜିଷ୍ଟିକ୍ସ ଉଦ୍ୟୋଗ ପାଖାପାଖି ୨୧୫ କୋଟି ଆମେରିକୀୟ ଡଲାର ହେବ, ଯାହାକି ପ୍ରତିବର୍ଷ ଦଶ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ଗତ ଦଶକରେ ଅଥବା ଏହା ପରେ ରେଳପଥ, ସଡକ, ରାଜମାର୍ଗ, ଆନ୍ତଃଦେଶୀୟ ଜଳମାର୍ଗ, ବିମାନ ବନ୍ଦର ଏବଂ ତଟୀୟ ନୌବହନରେ ପର୍ଯ୍ୟାପ୍ତ ସୁଧାର ହୋଇଛି । ଭାରତର ଲଜିଷ୍ଟିକ୍ସ ପରଫର୍ମାନ୍ସ ଇଣ୍ଡେକ୍ସ (ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ) ରାଙ୍କିଙ୍ଗରେ ସୁଧାର ହୋଇଛି, ଯାହାକି ୨୦୧୪ରେ ୫୪ ଥିଲା ଏବଂ ୨୦୧୬ରେ ୩୫ ହୋଇଛି ।

ସମ୍ବନ୍ଧିତ ଖବର