ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ, ଆମେରିକାରୁ ଆସୁଥିବା ୩୦ଟି ସାମଗ୍ରୀ ଉପରେ ଆମଦାନୀ ଟିକସ ବସାଇଲା ଭାରତ

ନୂଆଦିଲ୍ଲୀ: ଆମେରିକା ଚୀନ ସହ ବାଣିଜ୍ୟ ଯୁଦ୍ଧ କରିବା ପରେ ଏବେ ଭାରତ ସହ ମଧ୍ୟ ଲଢେଇ କରିବା ଆରମ୍ଭ କରିଛି । ଆମେରିକା ଭାରତର କେତେକ ସାମଗ୍ରୀ ଉପରେ ଆମଦାନୀ ଟିକସ ଲଗାଇବା ପରେ ଭାରତ ତାହାର ଜବାବ ଦେଇଛି ।

ଗତ ମାସରେ ଆମେରିକା ପକ୍ଷରୁ ଭାରତ କେତେକ ସାମଗ୍ରୀ ଯଥା ଆଲୁମିନିୟମ ଓ ଷ୍ଟିଲ ଉପରେ ଆମଦାନୀ ଟିକସ ଲଗାଯାଇଥିଲା । ଏହା ଦ୍ୱାରା ଭାରତ ପ୍ରାୟ ୨୪୧ ନିୟୁତଡଲାରର କ୍ଷତି ସହିବାର ଆଶଙ୍କା ରହିଛି । କିନ୍ତୁ ଏହାର ଜବାବ ମଧ୍ୟ ଭାରତ ଦେଇଛି । ଭାରତ ଆମେରିକାରୁ ଆସୁଥିବା ୩୦ଟି ସାମଗ୍ରୀ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଆମଦାନୀ ଟିକସ ଲଗାଇଛି । ଏସବୁ ସାମଗ୍ରୀ ମଧ୍ୟରେ ରହିଛି ମୋଟର ସାଇକେଲ, ବୋରିକ ଏସିଡ, ଘରକରଣା ସାମଗ୍ରୀ । ଏହା ଦ୍ୱାରା ଆମେରିକା ମଧ୍ୟ ସମାନ ପରିମାଣର କ୍ଷତି ସହିବ । ଏ ସଂପର୍କରେ ଭାରତ ପକ୍ଷରୁ ବିଶ୍ୱ ବାଣିଜ୍ୟ ସଂଗଠନକୁ ଜଣାଇଦିଆଯାଇଛି ।

ଗତ ମାସରେ ମଧ୍ୟ ଭାରତ ଆଉ ୨୦ଟି ସାମଗ୍ରୀ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଆମଦାନୀ ଶୁଳକ ଲଗଇବାକୁ ପ୍ରସ୍ତାବ ଦେଇଥିଲା । ସେସବୁ ସାମଗ୍ରୀ ମଧ୍ୟରେ ରହିଥିଲା ଆଲମଣ୍ଡ, ଆପଲ ଓ କେତେକ ପ୍ରକାରର ମୋଟର ସାଇକେଲ । ଗତ ମାର୍ଚ୍ଚ ୯ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ, ଭାରତ ପ୍ରଭୃତି କେତେକ ଦେଶରୁ ଆମେରିକାକୁ ଯାଉଥିବା ଷ୍ଟିଲ ଓ ଆଲୁମିନିୟମ ଉପରେ ଆମଦାନୀ ତାରିଫ ଲଗାଇଥିଲେ ।

ସମ୍ବନ୍ଧିତ ଖବର