ଆମେରିକାରୁ ହଜାରେ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ଗୋଟିଏ ପଟେ ଆମେରିକା ଏବଂ ଭାରତ ମଧ୍ୟରେ ଏବେ ବାଣିଜ୍ୟ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ଭାରତ ପକ୍ଷରୁ ଆମେରିକା ସହିତ ଉତ୍ତମ ବାଣିଜ୍ୟିକ ସମ୍ପର୍କ ରଖିବା ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଆସନ୍ତା ୭ରୁ ୮ ବର୍ଷ ମଧ୍ୟରେ ଆମେରିକାଠାରୁ ପ୍ରାୟ ୧୦୦୦ ବେସାମରିକ ବିମାନ କିଣିବା ଲାଗି ଭାରତ ଆଗ୍ରହ ପ୍ରକାଶ କରିଛି। କେବଳ ବିମାନ ନୁହେଁ, ଆମେରିକାରୁ ଭାରତ ଅଧିକ ପରିମାଣର ଅଶୋଧିତ ତେଲ ମଧ୍ୟ କିଣିବାକୁ ପଦକ୍ଷେପ ନେଇଛି। ଗତ ସପ୍ତାହରେ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଆମେରିକୀୟ ପ୍ରତିପକ୍ଷଙ୍କୁ ଭେଟିବା ସମୟରେ ଏହି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର