‘ଭାରତ ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତି ହେବ’

ନୂଆଦିଲ୍ଲୀ: ଭାରତ ଖୁବଶୀଘ୍ର ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ। ଏ ପ୍ରକାର ପୂର୍ବାନୁମାନ କରିଛନ୍ତି ଦେଶର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ଅତୀତର ୩ଟି ଶିଳ୍ପ ବିପ୍ଳବକୁ ଭାରତ ହାତଛଡ଼ା କରିଛି। କିନ୍ତୁ ବିଶ୍ବର ଚତୁର୍ଥ ଶିଳ୍ପ ବିପ୍ଳବର ମଙ୍ଗ ଧରିବା ପରିସ୍ଥିତିକୁ ଭାରତ ଆସିଯାଇଛି। ଭାରତର ପ୍ରଯୁକ୍ତିପ୍ରିୟ ଯୁବବର୍ଗ ଏହାର ଭିତ୍ତିଭୂମି ବୋଲି ସେ କହିଛନ୍ତି। ଏବେ ଆମ ଦେଶର ଜିଡିପି ୩ ଟ୍ରିଲିୟନ ଡଲାର ପାଖାପାଖି ପହଞ୍ଚିଲାଣି ଏବଂ ଭାରତ ବିଶ୍ବର ତିନୋଟି ବୃହତ୍ ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା ଦିଗରେ ଅଗ୍ରସର ହେଉଛି ବୋଲି ଅମ୍ବାନୀ କହିଛନ୍ତି।

ସମ୍ବନ୍ଧିତ ଖବର