ଚେନ୍ନାଇ: ବିଶ୍ବର ଦ୍ବିତୀୟ ବଡ଼ ସ୍ମାର୍ଟଫୋନ୍ ବଜାରର ମୁକୁଟ ହାସଲ କରିଛି ଭାରତ। ଆମେରିକାକୁ ଏହା ଦ୍ବିତୀୟ ସ୍ଥାନରୁ ହଟାଇ ଦେଇଛି। ଚୀନ୍ ବିଶ୍ବର ସବୁଠୁ ବଡ଼ ସ୍ମାର୍ଟଫୋନ୍ ବଜାର ମାନ୍ୟତା ବଜାୟ ରଖିଛି। କାଉଣ୍ଟର୍ ପଏଣ୍ଟ୍ ରିସର୍ଚ୍ଚର ରିପୋର୍ଟରୁ ଜଣାପଡ଼ିଛି ଯେ, ୩୯୫ ନିୟୁତ ଫୋନ୍ ସହ ଚୀନ୍ ଏକ ନମ୍ବରରେ ଥିବା ବେଳେ ଭାରତରେ ସେହି ସଂଖ୍ୟା ୧୫୮ ନିୟୁତ ଓ ଆମେରିକାରେ ୧୫୩ ନିୟୁତ ରହିଛି। ଭାରତରେ ପ୍ରଥମ ଥର ଫୋନ୍ ବ୍ୟବହାର କରୁଥିବା ଗ୍ରାହକ ଓ ପୁରୁଣା ଫୋନ୍କୁ ବଦଳାଇ ନୂଆ ଫୋନ୍ ନେଉଥିବା ଗ୍ରାହକଙ୍କ ଯୋଗୁଁ ସ୍ମାର୍ଟଫୋନ୍ ଚାହିଦା ବଢ଼ୁଛି। ତେବେ ସ୍ମାର୍ଟଫୋନ୍କୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଯେଉଁ ଅନ୍ତର ରହିଛି ତାହା ପୂରଣ ହେବା ପାଇଁ ଅତିକମ୍ରେ ଆଉ ୫ ବର୍ଷ ସମୟ ଲାଗିବ ବୋଲି ଜଣାପଡ଼ିଛି। ଭାରତରେ ମାତ୍ର ୫୫% ମୋବାଇଲ୍ ଗ୍ରାହକ ୪ଜି ସେବା ବ୍ୟବହାର କରୁଛନ୍ତି। ଫିଚର୍ ଫୋନ୍ ବ୍ୟବହାର କରୁଥିବା ଅଧିକ ଲୋକ ସ୍ମାର୍ଟଫୋନ୍ କିଣିବା ଆରମ୍ଭ କରିଥିବାରୁ ଭାରତରେ ସ୍ମାର୍ଟଫୋନ୍ ଚାହିଦା ବଢ଼ିଛି।
ଭାରତ ଏବେ ଦ୍ବିତୀୟ ବଡ଼ ସ୍ମାର୍ଟଫୋନ୍ ବଜାର, ଏକ ନମ୍ବରରେ ଚୀନ୍
ଆମେରିକାକୁ ଦ୍ବିତୀୟ ସ୍ଥାନରୁ ହଟାଇଲା
/sambad/media/post_attachments/wp-content/uploads/2019/08/Girl-iPhone-6-Living-Room-UHD.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)