ବୋଇଂର ଭାରତ ମୁଖ୍ୟ ପ୍ରତ୍ୟୁଷ କୁମାର ଏଫ୍‌-୧୫ ଲଢ଼ୁଆ ବିମାନ  କାର୍ଯ୍ୟକ୍ରମ ଦାୟିତ୍ୱ ନେଲେ

ବେଙ୍ଗାଲୁରୁ: ଅନ୍ତର୍ଜାତୀୟ ସ୍ତରରେ ପୁଣି ଜଣେ ଭାରତୀୟ ନିଜର ପାରଦର୍ଶିତା ଲାଗି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଆମେରିକୀୟ ବିମାନ ନିର୍ମାତା ବୋଇଂର ଏଫ୍‌-୧୫ ଯୁଦ୍ଧ ବିମାନ କାର୍ଯ୍ୟକ୍ରମର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ପ୍ରତ୍ୟୁଷ କୁମାର। ବୋଇଂର ଭାରତ ମୁଖ୍ୟ ଥିବା ପ୍ରତ୍ୟୁଷ କୁମାର ଏବେ ଆମେରିକାରେ ଅବସ୍ଥାପିତ ହେବେ ବୋଲି  ଜଣାପଡ଼ିଛି।

ବୋଇଂ ପକ୍ଷରୁ ବେଙ୍ଗାଲୁରୁରେ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି କି ପ୍ରତ୍ୟୁଷ କୁମାର ଏଫ୍‌-୧୫ ଲଢ଼ୁଆ ବିମାନ କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହ ଆମେରିକାରେ ଏବଂ ସମଗ୍ର ବିଶ୍ୱ ବଜାରରେ ଏହାର ବ୍ୟବସାୟକୁ ପରିଚାଳନା କରିବେ।

ବୋଇଂରେ ଭାରତୀୟ ମୁଖ୍ୟ ଭାବେ ୫ ବର୍ଷ ଧରି କାର୍ଯ୍ୟ  କରିଛନ୍ତି ପ୍ରତ୍ୟୁଷ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବେଙ୍ଗାଲୁରୁରେ ଟେକ୍ନୋଲଜି ସେଣ୍ଟର, ହାଇଦ୍ରାବାଦ୍‌ରେ ଟାଟା ସହ ମିଳିତ ଭାବେ ଅପାଚେ ହେଲିକପ୍ଟର ଯନ୍ତ୍ରାଂଶ  କାରାଖାନା ବୋଇଂ ସ୍ଥାପନ କରିଛି।  ଏଥିସହ ଭାରତୀୟ ବାୟୁସେନା ଆପାଚେ ଲଢ଼ୁଆ ହେଲିକପ୍ଟର ମଧ୍ୟ ବୋଇଂଠାରୁ କ୍ରୟ କରିଛି।

ପ୍ରତ୍ୟୁଷ କୁମାରଙ୍କ କାର୍ଯ୍ୟ କାଳରେ ବୋଇିଂ ବେଙ୍ଗାଲୁରୁରେ  ୧୧୫୨ କୋଟି ଟଙ୍କା ନିବେଶରେ ଏକ ଇଲେକ୍‌ଟ୍ରୋନିକ୍‌ କାରଖାନା ସ୍ଥାପନ ଲାଗି ପ୍ରସ୍ତାବ କାର୍ଯ୍ୟକାରୀ ହୋଇଛି। ଏହି ପ୍ରକଳ୍ପରେ  ୨୬୦୦ ଜଣଙ୍କୁ ଚାକିରି ମିଳିବ।

ସମ୍ବନ୍ଧିତ ଖବର