ଭାରତରେ ଲଞ୍ଚ ହେଲା ୩୮ଲକ୍ଷ ଟଙ୍କାର ବାଇକ୍‌, ଦୁନିଆରେ କେବଳ ୩୫୦ ୟୁନିଟ୍‌ ହିଁ ବନିବ

ନୂଆଦିଲ୍ଲୀ: ଇଣ୍ଡିୟାନ୍‌ ମୋଟରସାଇକେଲ ନିଜର ଟପ ମଡେଲ Chieftain ରେଞ୍ଜରେ Chieftain Eliteକୁ ଭାରତରେ ଲଞ୍ଚ କରିଛି। ସମଗ୍ର ଦୁନିଆରେ ଏହି ବାଇକ୍‌ର କେବଳ ୩୫୦ ୟୁନିଟସ୍‌ ହିଁ ବିକ୍ରି କରାଯିବ। ଏହାର ମୂଲ୍ୟ ୩୮ଲକ୍ଷ ଟଙ୍କା ରଖାଯାଇଛି। Chieftain Eliteରେ ଅନେକ ଫିଚର ରହିଛି। ଏଥିରେ ମାର୍ବଲ ଏକସେଣ୍ଟ ସହିତ ବେସ୍‌ପୋକ୍‌ ବ୍ଲେକ୍‌ ହିଲ୍ସ ସିଲଭର ପେଣ୍ଟ ଜବ ସାମିଲ ରହିଛି। ମାର୍ବଲ ଏକ୍‌ସେଣ୍ଟ ପୂରା ହେବା ପାଇଁ ୨୫ଘଣ୍ଟାର ସମୟ ଲାଗିଥାଏ। ଆଉ ଏହା ବି ଧ୍ୟାନ ରଖିବାକୁ ପଡ଼ିଥାଏ କି ଦୁଇଟି ମୋଟରସାଇକେଲ ଦେଖିବାକୁ ଯେଭଳି ଏକାଭଳି ହୋଇ ନଥିବ।

ଅନ୍ୟ ଫିଚର କଥା କହିବ ତ, ଏହି ବାଇକ୍‌ରେ କଷ୍ଟମ ଲେଦର ସିଟ, ବ୍ଲୁଟୁଥ କନେକ୍ଟିଭିଟି ସହିତ ୭ଇଞ୍ଚ୍‌ ଗ୍ଲୋବ ଫ୍ରେଣ୍ଡଲି ରାଇଡ କମାଣ୍ଡ ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ, ଟର୍ନ-ବାଏ-ଟର୍ନ ନୋଟିଫିକେସନ୍‌ ସିଷ୍ଟମ ଓ ଏକ ୨୦୦ଓ୍ଵାଟର ପ୍ରିମିୟମ୍‌ ଅଡିଓ ସିଷ୍ଟମ ରହିଛି। Chieftain Elite ବାଇକ୍‌ର ଓଜନ ୩୮୮କିଲୋଗ୍ରାମ ହେବ। ଏତଦ୍‌ ବ୍ୟତୀତ Indian Chieftain Eliteରେ ପୂରା ବଟନ୍‌ ପାଓ୍ଵର ଉଇଣ୍ଡସିଲ୍ଡ, ରିମୋଟ-ଲକିଂ ହାର୍ଡ ଓ୍ଵାଟରପ୍ରୁଫ୍‌ ସେଡଲବେଗ୍‌, ପ୍ରିମିୟମ ଲେଦର ସିଷ୍ଟମ, ଏଲୁମିନିୟମ ଫ୍ଲୋରବୋର୍ଡ, ପିନେକଲ ମିରର ଓ କ୍ରାସଓଭର ପାଇପ୍‌ ସହିତ ଡୁଅଲ ଏଗଜାଷ୍ଟ ସିଷ୍ଟମ ବି ଦିଆଯାଇଛି।

ସମ୍ବନ୍ଧିତ ଖବର