ଭାରତର ଅଭିବୃଦ୍ଧି କମିବ: ଆଇଏମ୍ଏଫ୍‌

ୱାସିଂଟନ: ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ପକ୍ଷରୁ କୁହାଯାଇଛି ଯେ ୨୦୧୯ ଓ ୨୦୨୦ରେ ଭାରତର ଅଭିବୃଦ୍ଧି ହାର କମିବ। ସ୍ଥାନୀୟ ବଜାରରେ ଚାହିଦା ଦୁର୍ବଳ ସ୍ତରରେ ରହିବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଅର୍ଥନୀତି ଯେତିକି ବେଗରେ ଆଗକୁ ବଢ଼ିବାର ଥିଲା, ସେଭଳି ଗତିରେ ଆଗକୁ ଯାଇପାରିବ ନାହିଁ। ୨୦୧୯ ଓ ୨୦୨୦ରେ ଭାରତର ଅଭିବୃଦ୍ଧି ହାର ଯଥାକ୍ରମେ ୭% ଓ ୭.୨% ହେବ। ଏହା ସତ୍ତ୍ବେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତାକୁ ଭାରତ ବଜାୟ ରଖିବ ଏବଂ ଚୀନ୍‌ର ଅଭିବୃଦ୍ଧି ଠାରୁ ଭାରତର ଅଭିବୃଦ୍ଧି ହାର ଯଥେଷ୍ଟ ଅଧିକ ରହିବ ବୋଲି ଆଇଏମ୍ଏଫ୍‌ କହିଛି।

ସମ୍ବନ୍ଧିତ ଖବର