ବାକି ଥିବା ଟଙ୍କା ନ ଦେବାରୁ ଜେଟ୍‌ ଏୟାରୱେଜକୁ ଇନ୍ଧନ ଯୋଗାଣ ବନ୍ଦ କଲା ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌

ନୂଆଦିଲ୍ଲୀ : ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଘରୋଇ ବିମାନସେବା ପ୍ରଦାନକାରୀ କମ୍ପାନୀ ଜେଟ୍‌ ଏୟାରୱେଜର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ପୂର୍ବରୁ ଜେଟ୍‌ ଏୟାରୱେଜ କିଛି ବିମାନର ଉଡ଼ାଣ ବାତିଲ କରାଯାଇ ସାରିଥିବା ବେଳେ ପାଇଲଟ୍‌ମାନେ ଚାକିରି ଛାଡ଼ିବାର ଧମକ ଦେଇଥିଲେ । ପୁଣି ଥରେ ଜେଟ୍‌ ଏୟାରୱେଜକୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି ।

Business Standard

ଶୁକ୍ରବାର ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଦେବାଳିଆ ସ୍ଥିତିରେ ପହଞ୍ଚିଥିବା ଜେଟ୍‌ ଏୟାରୱେଜକୁ ଇନ୍ଧନ ଯୋଗାଣ ବନ୍ଦ କରି ଦେଇଛି । ଶୁକ୍ରବାର ମଧ୍ୟାହ୍ନଠାରୁ କମ୍ପାନୀ ଇନ୍ଧନ ଦେବା ବନ୍ଦ କରିଥିବା ଜଣା ପଡ଼ିଛି । ଠିକ୍‌ ସମୟରେ ଇଣ୍ଡିଆନ୍‌ ଅଏଲ କର୍ପୋରେସନକୁ ଇନ୍ଧନ ପାଇଁ ଟଙ୍କା ଦିଆ ନ ଯିବାରୁ କମ୍ପାନୀ ତରଫରୁ ଏଭଳି ନିଷ୍ପତ୍ତି ନିଆ ଯାଇଛି । ବିଭିନ୍ନ ବ୍ୟାଙ୍କରୁ କରଜ କରି ଏବେ ଜେଟ୍‌ ଏୟାରୱେଜ ଏହାକୁ ସୁଝିବାରେ ଅକ୍ଷମ ହୋଇ ପଡ଼ିଛି । ଯାହା ଦ୍ୱାରା ଧୀରେ ଧୀରେ କମ୍ପାନୀର ବିମାନର ଉଡ଼ାଣ ବନ୍ଦ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର