ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ! ଏବେ ସଙ୍ଗେ ସଙ୍ଗେ ଟଙ୍କା ନଦେଇ ବୁକ୍‌ କରି ପାରିବେ ଟ୍ରେନ୍‌ ଟିକେଟ୍‌

ନୂଆଦିଲ୍ଲୀ : ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏବେ ଆଇଆର୍‌ସିଟିସି ଏକ ନୂଆ ନିୟମ ନେଇ ଆସିଛି । ଏହି ନିୟମ ଲାଗୁ ହେବା ଦ୍ୱାରା ଯାତ୍ରୀମାନେ ଟିକେଟ ବୁକ୍‌ କରିବା ସମୟରେ ଟଙ୍କା ନ ଦେଇ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରି ପାରିବେ । ପୂର୍ବରୁ ଟିକେଟ୍‌ ବୁକ୍‌ କରିବା ସମୟରେ ଟଙ୍କା ନଥିବାରୁ ଯାତ୍ରୀମାନେ ଟିକେଟ୍‌ ବୁକ୍‌ କରି ପାରୁ ନଥିଲେ । କିନ୍ତୁ ଏବେ ଯାତ୍ରୀମାନଙ୍କୁ ସେ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଟିକେଟ୍‌ ବୁକ୍‌ କରିବାର ୧୪ଦିନ ମଧ୍ୟରେ ଯାତ୍ରୀମାନେ ଟିକେଟ୍‌ର ଦାମ୍‌ ଦେଇ ପାରିବାର ସୁବିଧା ଏବେ ଆଇଆର୍‌ସିଟିସି ଆଣି ସାରିଛି ।

ଆଇଆର୍‌ସିଟିସି ନିୟମର ଲାଭ ଉଠାଇବା ପାଇଁ ଆପଣଙ୍କର ଆଇଆର୍‌ସିଟିସି େଓ୍ଵବ୍‌ସାଇଟ୍‌ରେ ରେଜିଷ୍ଟରଡ୍‌ ଆକାଉଣ୍ଟ ଥିବା ଆବଶ୍ୟକ । ଏହି ଆକାଉଣ୍ଟ ଜରିଆରେ ସବୁ ଯାତ୍ରୀମାନଙ୍କୁ କ୍ରେଡିଟ୍‌ ଲିମିଟ୍‌ ଦିଆଯିବା । ଟିକେଟ୍‌ର ଦାମ୍‌ କ୍ରେଡିଟ୍‌ ଲିମିଟ୍‌ଠାରୁ କମ ହେବା ଦରକାର । ଟିକେଟ୍‌ ବୁକ୍‌ କରିବା ସମୟରେ ଟିକେଟ୍‌ର ଦାମ୍‌ କ୍ରେଡିଟ୍‌ ଲିମିଟ୍‌ଠାରୁ କମ ଅଛି କି ନାହିଁ ସେ ପ୍ରତି ଧ୍ୟାନ ଦିଅନ୍ତୁ । ସମୟ ପୂର୍ବରୁ ତଥା ୧୪ ଦିନ ମଧ୍ୟରେ ଟିକେଟ୍‌ର ଦାମ୍‌ ଭରିବା ଦ୍ୱାରା ଆପଣଙ୍କର କ୍ରେଡିଟ୍‌ ଲିମିଟ୍‌ ବଢ଼ି ବଢ଼ି ଚାଲିବ । ଯଦି ଆପଣ ଠିକ୍‌ ସମୟରେ ଟିକେଟ୍‌ର ଦାମ୍‌ ଦେଉ ନାହାନ୍ତି, ତେବେ ଆପଣଙ୍କର କ୍ରେଡିଟ୍‌ ଲିମିଟ୍‌ କମି ଚାଲିବ । ଆଇଆର୍‌ସିଟିସି ଦ୍ୱାରା ଲାଗୁ କରାଯାଇଥିବା ନିୟମର ନାଁ ଇପେଲ୍ୟାଟର ରଖାଯାଇଥିବା ବେଳେ ଯାତ୍ରୀମାନେ ପ୍ରଥମେ ଟିକେଟ୍‌ ବୁକ୍‌ କରି ୧୪ଦିନ ମଧ୍ୟରେ ଟିକେଟର ଦାମ୍‌ ଦେଇ ପାରିବେ । ଏହା ସହ ଯାତ୍ରୀମାନଙ୍କୁ ୩.୫ପ୍ରତିଶତ ସର୍ଭିସ୍‌ ଚାର୍ଜ ମଧ୍ୟ ଦେବାକୁ ହେବ ।

ଏହି ସୁବିଧାର ଲାଭ ଉଠାଇବା ପାଇଁ ଆଇଆର୍‌ସିଟିସି େଓ୍ଵବ୍‌ସାଇଟ୍‌ରେ ଲଗ୍‌ ଇନ୍‌ କରନ୍ତୁ । ପରେ ଟ୍ରେନ୍‌ ଏବଂ ଟିକେଟ୍‌ ସହ ଜଡ଼ିତ ସମସ୍ତ ବିବରଣୀ ଦେବା ପରେ ପେମେଣ୍ଟ ପେଜ୍‌କୁ ଯାଆନ୍ତୁ । ଯେଉଁଠାରେ ଆପଣଙ୍କୁ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ, ଭିମ୍‌ ଆପ୍‌ ଏବଂ ନେଟ୍‌ ବ୍ୟାଙ୍କିଙ୍ଗ୍‌ ସହ ଇପେଲ୍ୟାଟରର ମଧ୍ୟ ବିକଳ୍ପ ଦେଖାଯିବ । ଏହି ବିକଳ୍ପକୁ ବାଛି ଆଗକୁ ବଢ଼ନ୍ତୁ ।

ସମ୍ବନ୍ଧିତ ଖବର