ରାଜଧାନୀ ଏକ୍ସପ୍ରେସ ସମେତ ଏହି ଟ୍ରେନ୍‌ର ଟିକେଟ ଶସ୍ତା ହେଲା

ନୂଆଦିଲ୍ଲୀ: ରାଜଧାନୀ, ଶତାବ୍ଦୀ ଓ ଦୁରନ୍ତ ଟ୍ରେନ୍‌ର ଟିକେଟର ମୂଲ୍ୟ ହ୍ରାସ ପାଇଛି। ସରକାର ଟ୍ରେନ୍‌ରେ ବିକ୍ରି ହେଉଥିବା ଖାଦ୍ୟ ଓ ପାନୀୟ ସହିତ ଟିକେଟ ସହିତ ବୁକ୍‌ କରାଯାଉଥିବା ମିଲ୍‌ରେ ଲାଗୁଥିବା ଟ୍ୟାକ୍ସକୁ କମ୍‌ କରି ଦେଇଛନ୍ତି। ଅର୍ଥମନ୍ତ୍ରୀ ଜିଏସ୍‌ଟିକୁ ନେଇ ଏକ ଚିଠି ଜାରି କରିଥିଲେ। ଏଥିରେ ଉଲ୍ଲେଖ ଥିଲା କି, ରେଳ ଷ୍ଟେସନ୍‌ ଓ ଟ୍ରେନ୍‌ରେ ମିଳୁଥିବା ଖାଦ୍ୟ ଓ ପାନୀୟ ସମାଗ୍ରୀ ଉପରେ କେବଳ ୫ପ୍ରତିଶତ ଜିଏସ୍‌ଟି ଲାଗିବ। ଟ୍ରେନ୍‌ରେ ଖାଦ୍ୟ ପାନୀୟ ସାମଗ୍ରୀ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇଥିଲା। ଏତଦ୍‌ବ୍ୟତୀତ ସମସ୍ତ ମେଲ ଓ ଏକ୍ସପ୍ରେସ ଟ୍ରେନ୍‌ରେ ଖାଦ୍ୟ ଓ ପାନୀୟ ମୂଲ୍ୟ ଉପରେ ୫ପ୍ରତିଶିତ ଟ୍ୟାକ୍ସକୁ ପ୍ରଥମରୁ ଲାଗୁ କରାଯାଇଥିଲା। ତେବେ ଶତାବ୍ଦୀ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ ଓ ଦୁରନ୍ତ ଭଳି ପ୍ରିମିୟମ ଟ୍ରେନ୍‌ରେ ୧୬ ଏପ୍ରିଲରୁ ଏହାକୁ ଲାଗୁ କରାଯାଇଛି।

ତେବେ ଏହି ଟ୍ରେନ୍‌ ଟିକେଟର ମୂଲ୍ୟ ଏଥିପାଇଁ ହ୍ରାସ କରାଯାଇଛି, କାରଣ ଶତାବ୍ଦୀ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ ଓ ଦୁରନ୍ତ ଟ୍ରେନ୍‌ରେ ମିଲ ଟିକେଟ ମୂଲ୍ୟରେ ହିଁ ସାମିଲ ରହିଥାଏ। ଫାଷ୍ଟ ଏସି ଓ ଏଗଜିକ୍ୟୁଟିବ୍‌ ଚେୟାରରେ ଜଳଖିଆ ମୂଲ୍ୟ ୯୦ଟଙ୍କା ଓ ଚା’ ମୂଲ୍ୟ ୪୫ଟଙ୍କା ରହିଛି। ସେକେଣ୍ଡ ଏସି ଓ ଥାର୍ଡ ଏସି ଓ ଚେୟାର କାରରେ ୭୦ଟଙ୍କାରେ ଓ ଦୁରନ୍ତ ସ୍ଲିପରରେ ୪୦ଟଙ୍କାର ଜଳଖିଆ ମିଳିବ। ଏତଦ୍‌ ବ୍ୟତୀତ ଲଞ୍ଚ ଓ ଡିନର କୋଚ ଉପରେ ନିର୍ଭର କରୁଛି। ଏଥିରେ ଖାଦ୍ୟ ମୂଲ୍ୟ ୭୫ରୁ ୧୪୦ଟଙ୍କା ପର୍ଯ୍ୟନ୍ତ ରହିଛି। ଦୁରନ୍ତ ଏକ୍ସପ୍ରେସ୍‌ରେ ଚା’ ୨୦ଟଙ୍କାରେ ଓ ଫାଷ୍ଟ ଏସି, ଏଗଜିକ୍ୟୁଟିବ୍‌ ଚେୟାରରେ, ସେକେଣ୍ଡ ଏସି ଓ ଥାର୍ଡ ଏସିରେ ଚା’ ୪୫ଟଙ୍କାରେ ଉପଳବ୍ଧ ହେବ।

 

ସମ୍ବନ୍ଧିତ ଖବର