ଜଳ ସଙ୍କଟକୁ ନେଇ ରେଳବାଇର ବଡ଼ ନିଷ୍ପତ୍ତି, ଏଭଳି ବଞ୍ଚାଉଛି ପ୍ରତିଦିନ ୬ଲକ୍ଷ ଲିଟର ପାଣି

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଜଳ ସଙ୍କଟକୁ ନେଇ ନିତି ଆୟୋଗଙ୍କ ରିପୋର୍ଟ ଆସିଛି। ଏଥିରେ ଉଲ୍ଲେଖ ରହିଛି କି ଜଳ ସଂରକ୍ଷଣକୁ ନେଇ ଯଦି ଉଚିତ ପଦକ୍ଷେପ ନ ଉଠାଯାଏ ତେବେ ଆଗାମୀ ଦୁଇମାସରେ ଦେଶର ୧୨ଟି ଜିଲ୍ଲାରେ ଜଳ ସଙ୍କଟ ଦେଖାଯିବ। ଯାହାପରେ ସ୍ଥିତି ବହୁତ ଶୋଚନୀୟ ହୋଇପଡ଼ିବ। ଏହି ରିପୋର୍ଟରେ ପାଣି ନଷ୍ଟ ହେବାକୁ ରୋକିବା ତଥା ପାଣିକୁ ସଫା କରି ବାରମ୍ବାର ବ୍ୟବହାର କରିବା ଉପରେ ଜୋର ଦିଆଯାଇଛି।

ତେବେ ଏହାକୁ ଦୃଷ୍ଟିରେ ରଖି ରେଳବାଇ ପାଖାପାଖି ୬ଲକ୍ଷ ଲିଟର ପାଣି ବଞ୍ଚାଉଛି। ଉତ୍ତର ରେଳବାଇରେ ଏମିତି ଏକ ପ୍ଲାଣ୍ଟ ବନାଯାଉଛି ଯାହାକି ପ୍ରତିଦିନ ୬ଲକ୍ଷ ଅପରିଷ୍କା ପାଣିକୁ ସଫା କରି ଦ୍ୱିତୀୟଥର ତାହାକୁ ବ୍ୟବହାର ଉପଯୋଗୀ କରିବ। ଏମିତି ଉପାୟ ବିଦେଶରେ ବ୍ୟବହାର କରାଯାଉଛି।

ସମଗ୍ର ଦେଶରେ ବୃଦ୍ଧି ପାଉଥିବା ଜଳ ସଙ୍କଟକୁ ଦେଖି ଉତ୍ତର ରେଳବାଇରେ ଏମିତି ଏକ ମେଗା ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଯାହାକି ଟ୍ରେନ୍‌ ଧୋଉଥିବା ସମୟରେ ବ୍ୟବହୃତ ହେଉଥିବା ପାଣିକୁ ପରିଷ୍କାର କରି ଦ୍ୱିତୀୟ ଥର ତାହାକୁ ବ୍ୟବହାର ଉପଯୋଗୀ କରୁଛି। କେବଳ ଏତିକି ନୁହେଁ ସଫା କରାଯାଉଥିବା ପାଣିକୁ ଟ୍ରେନ୍‌ ଧୋଇବା ବ୍ୟତୀତ ହର୍ଟିକଲଚର ପାଇଁ ବି ବ୍ୟବହାର କରାଯାଉଛି। ଏମିତି କି ଅଲଟ୍ରା ଫିଲଟ୍ରେସନ୍‌ ପରେ ଏହି ପାଣିକୁ ପିଇବା ପାଇଁ ବି ବ୍ୟବହାର କରାଯାଉଛି।

ସମ୍ବନ୍ଧିତ ଖବର