ପାଇଲଟ୍‌ ଅଭାବ; ଆଜି ବି ବାତିଲ୍‌ ହେଲା ୩୦ଟି ଇଣ୍ଡିଗୋ ବିମାନ

ମୁମ୍ବାଇ: ଇଣ୍ଡିଗୋ ବିମାନର ପାଇଲଟ୍‌ ଅଭାବ ଦିନକୁ ଦିନ ଏକ ବିରାଟ ସମସ୍ୟା ହୋଇ ଛିଡ଼ା ହେବାରେ ଲାଗିଛି। ବିମାନ ଚାଳକଙ୍କ ଅଭାବ ହେତୁ ଏୟାର୍‌ଲାଇନ୍‌ ପକ୍ଷରୁ ବିଭିନ୍ନ ମାର୍ଗର ଅନେକ ଗୁଡ଼ିଏ ବିମାନ ଚଳାଚଳକୁ ଗତ ୪ ଦିନ ହେବ ବାତିଲ କରାଯାଉଛି। ଆଜି ମଧ୍ୟ ଇଣ୍ଡିଗୋର ପ୍ରାୟ ୩୦ଟି ବିମାନ ଚଳାଳଚକୁ ବାତିଲ୍‌ କରାଯାଇଥିବା ସୂଚନା ରହିଛି। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅନ୍ତିମ ମୁହୂର୍ତ୍ତରେ ଯାତ୍ରୀମାନେ ଅଧିକ ଦର ଦେଇ ଟିକେଟ୍‌ ଖରିଦ କରିବାକୁ ବାଧ୍ୟ ହୋଇଥିଲେ।

ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ, ଇଣ୍ଡିଗୋ ଗତ ୪ ଦିନ ହେବ ପାଇଲଟ୍‌ ଅଭାବ ହେତୁ ଏପରି କେତେକ ବିମାନ ଚଳାଚଳକୁ ବାତିଲ କରିଛି।

ବେସାମରିକ ବିମାନ ଚଳାଚଳ କମ୍ପାନି ମୁତାବକ, ଇଣ୍ଡିଗୋ ହେଉଛି ଦେଶର ଏକ ବଡ଼ ଏୟାର୍‌ଲାଇନ୍‌। ଗତ ୪ ଦିନ ହେବ ଦିଲ୍ଲୀ, କୋଲକାତା, ଚେନ୍ନାଇ, ବେଙ୍ଗାଲୁର ଏବଂ ହାଇଦ୍ରାବାଦ୍‌ ଆଦିରୁ ଅନେକ ବିମାନ ଚଳାଚଳକୁ କମ୍ପାନି ପକ୍ଷରୁ ବାତିଲ କରି ଦିଆଯାଇଛି।

ଶନିବାରଠାରୁ ଏହି ବାତିଲ ପ୍ରଥା ଆରମ୍ଭ ହୋଇଛି। ଦିଲ୍ଳୀ ବିମାନବନ୍ଦର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି ଶନିବାର ଇଣ୍ଡିଗୋର ୧୫ଟି ବିମାନ ବାତିଲ ହୋଇଥିବା ବେଳେ ରବିବାର ୭ଟି ହୋଇଛି। ସେହିପରି ବେଙ୍ଗାଲୁର ବିମାନବନ୍ଦରରୁ ରବିବାଦ ଦିନ ୧୨ଟି ବିମାନ ବାତିଲ୍‌ ହୋଇଥିବା ସୂଚନା ରହିଛି। ସୋମବାର ପ୍ରାୟ ୩୨ଟି ବିମାନର ଉଡ଼ାଣ ଚଳାଚଳକୁ ବାତିଲ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର