ଇଣ୍ଡି‌ଗୋ, ଜେଟ୍‌ର ନୂଆ ବିମାନକୁ ବିଦେଶ ଉଡ଼ାଣ ଅନୁମତି ଦେଲାନି ଡିଜିସିଏ

ନୂଆଦିଲ୍ଲୀ: ସୁରକ୍ଷା ବିଷୟକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଇଣ୍ଡିଗୋ ଏବଂ ଜେଟ୍ ଏୟାରୱେଜ୍‌ର ନୂଆ ବିମାନକୁ ଲମ୍ବା ବିଶେଷକରି ବିଦେଶ ବାୟୁମାର୍ଗରେ ଉଠାଣ ଅନୁମତି ଦେବାକୁ ମନା କରିଦେଇଛି। ଜେଟ୍ ଏୟାରୱେଜ୍ ପକ୍ଷରୁ ଏହାର ବୋଇଂ ୭୩୭ ମ୍ୟାକ୍ସ ବିମାନ ପାଇଁ ନିୟମ କୋହଳ କରିବାକୁ ଡିଜିସିଏ ମନା କରିଦେଇଛି। ନିକଟରେ ଜେଟ୍ ଏୟାରୱେଜ୍ ଏହି ବିମାନ କ୍ରୟ କରିଥିଲା। ଇଣ୍ଡୋନେସିଆରେ ଏହି ବିମାନ ଗତବର୍ଷ ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ଡିଜିସିଏ ଏଭଳି ଆଭିମୁଖ୍ୟ ରଖିଛି। ପୂର୍ବରୁ ଡିଜିସିଏ ଇଣ୍ଡିଗୋର ପ୍ରାଟ୍ ଆଣ୍ଡ୍ ହ୍ବିଟନି ଇଞ୍ଜିନ ଲାଗିଥିବା ଏୟାରବସ୍ ୩୨୦ ନିଓକୁ ଉଡ଼ାଣ ପାଇଁ ଦେଖା‌ଇଥିବା ଆଗ୍ରହକୁ ଡିଜିସିଏ ଅଗ୍ରାହ୍ୟ କରିଦେଇଥିଲା। ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ ନିଜର ନାମ ‌ପ୍ରକାଶ ନକରି ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର