ଏଣିକି ଆପଣଙ୍କ ସ୍ମାର୍ଟଫୋନକୁ ମୌଖିକ ନିର୍ଦ୍ଦେଶ ଦେଇ ବ୍ୟାଙ୍କ କାରବାର କରିପାରିବେ, କିପରି ଜାଣନ୍ତୁ

ମୁମ୍ବାଇ : ଏବେ ଆପଣ ମୌଖିକ ନିର୍ଦ୍ଦେଶ ଦେଇ ପ୍ରାଥମିକ ସ୍ତରର ବିଭିନ୍ନ ବ୍ୟାଙ୍କ କାରବାର କରିପାରିବେ । ଅର୍ଥାତ ଆପଣ ନିଜର ସ୍ମାର୍ଟଫୋନ ମାଧ୍ୟମରେ ମୌଖିକ ନିର୍ଦ୍ଦେଶ ଦେବେ ଯେ ଆପଣଙ୍କର ମୋବାଇଲ ରିଚାର୍ଜ କରିଦିଅ, ଡିଟିଏଚ ବିଲ ପେମେଣ୍ଟ କରିଦିଅ ଓ ତାହା ଅବିଳମ୍ବେ ପାଳନ ହେବ ।

ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଏହାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ଭିତ୍ତିକ ଆଲେକ୍ସା ସ୍କିଲ ’ଇଣ୍ଡସ୍‌ଆସିଷ୍ଟ’ ପ୍ରଯୁକ୍ତିର ଶୁଭାରମ୍ଭ କରିଛି । ଏହାଫଳରେ ଗ୍ରାହକ ଆମାଜନ ଇକୋ ବା ଅନ୍ୟ ଆଲେକ୍ସା ଭିତ୍ତିକ ପ୍ରଯୁକ୍ତି ଉପଯୋଗ କରି ନିଜର ଆର୍ଥିକ କାରବାର କରିପାରିବେ । ଏହି ବ୍ୟବସ୍ଥା କଣ୍ଠସ୍ୱରରେ ଚାଲିପାରିବ । ଆଲେକ୍ସା ହେଉଛି ଆମାଜନ ପ୍ରସ୍ତୁତ ଆପେକ୍ଷିକ ସହାୟତା । ଏହାଦ୍ୱାରା କଣ୍ଠସ୍ୱରରେ ଗୀତ, ସଂଗୀତ ଶୁଣାଯାଇପାରିବା ସହ ବିଭିନ୍ନ ସାମଗ୍ରୀ ପାଇଁ ବରାଦ ମଧ୍ୟ ଦିଆଯାଇପାରିବ ।

ଏହି ସେବା ଆକ୍ଟିଭେଟ କରିବା ପାଇଁ ଗ୍ରାହକଙ୍କୁ ନିଜ ସ୍ମାର୍ଟଫୋନରେ ଥିବା ଆଲେକ୍ସା ଆପ ମାଧ୍ୟମରେ ଗୋଟିଏ ଥର ପାଇଁ ପଂଜୀକରଣ କରିବାକୁ ହେବ । ଏହି ପଂଜୀକରଣ ବେଳେ ନିଜର ବ୍ୟାଙ୍କ ବିବରଣୀ ଦେବାକୁ ହେବ । ଏହାପରେ ଗ୍ରାହକ ନିଜ କଣ୍ଡସ୍ୱରରେ ବ୍ୟାଙ୍କ କାରବାର କରିପାରିବେ । ଏହି ବ୍ୟବସ୍ଥାରେ ମୋବାଇଲ ରିଚାର୍ଜ କରାଯାଇପାରିବା ସହ କ୍ରେଡିଟ କାର୍ଡ ବିଲ୍‌, ସମେତ ଅନ୍ୟାନ୍ୟ ବିଭିନ୍ନ ଦେୟ ସହଜରେ ପ୍ରଦାନ କରାଯାଇପାରିବ । ଉଦାହରଣ ସ୍ୱରୂପ- ଆଲେକ୍ସା ! ଇଣ୍ଡସଆସିଷ୍ଟକୁୁ କୁହ ମୋ ମୋବାଇଲ ରିଚାର୍ଜ କରିଦେଉ । ଆଲେକ୍ସା ! ଇଣ୍ଡସଆସିଷ୍ଟକୁୁ କୁହ ଆମୁକ ଲୋକପାଖକୁ ଟଙ୍କା ପଠାଉ ।”

ସମ୍ବନ୍ଧିତ ଖବର