ଭାରତୀୟ ବଜାରରେ ଇନଫିନିକ୍ସର ହଟ୍‌-୬ ପ୍ରୋ ସ୍ମାର୍ଟଫୋନ୍‌

ବିଶ୍ୱର ୫୦ରୁ ଅଧିକ ଦେଶରେ କାରବାର ଜାରି ରଖିଥିବା ଟ୍ରାନ୍ସିଅନ ହୋଲଡିଂର ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଇନଫିନିକ୍ସ ପକ୍ଷରୁ ହଟ୍‌-୬-ପ୍ରୋ ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଗତବର୍ଷ ଅଗଷ୍ଟଠାରୁ ଏହି ବ୍ରାଣ୍ଡ୍‌ ଦେଶରେ କାରବାର ଆରମ୍ଭ କରିଥିବାବେଳେ ବଜାରରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ଲାଗି ଏହି ନୂତନ ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ କରାଇଛି।

ଏଥିରେ ୫.୯୯ ଇଞ୍ଚ ଏଚ୍‌ଡି ପ୍ଲସ୍‌ ଡିସପ୍ଲେ ସହିତ ୧୮.୯ ଫୁଲ୍‌ ଭିୟୁ ଏବଂ ୮୩.୪% ସ୍କ୍ରିନ୍‌ ବଡି ଅନୁପାତ ରହିଛି। ଏଥିରେ ୪୦୦୦ଏମଏଏଚ୍‌ ବ୍ୟାଟେରୀ ରହିଥିବାବେଳେ ଏହାର ମୂଲ୍ୟ ୭,୯୯୯ଟଙ୍କା ରହିଛି। ଏହା ଦ୍ୱାରା ଗ୍ରାହକ ଅଲଟିମେଟ୍‌ ଭିଡ଼ିଓର ଆନନ୍ଦ ନେଇପାରିବେ। ଏହି ସ୍ମାର୍ଟଫୋନ୍‌ ଫ୍ଲିପ୍‌କାର୍ଟରେ ବୋରଡେକ୍ସ୍‌ ରେଡ୍‌, ସ୍ୟାଣ୍ଡ୍‌ ଷ୍ଟୋନ ବ୍ଲାକ୍‌ ଏବଂ ମ୍ୟାଜିକ୍‌ ଗୋଲ୍ଡ ଆଦି ୪ଟି ଟ୍ରେଣ୍ଡି କଲରରେ ଉପଲବ୍ଧ ହେଉଛି। ଏଥିରେ ୨.୫ ଡି କର୍ଭଡ୍‌ ଏଡଜ, ୮୩.୪% ସ୍କ୍ରିନ୍‌-ବଡି ଅନୁପାତ, ସ୍ଲିମ୍‌ ବେଜେଲସ୍‌ ଏବଂ ମାଟ୍‌ ଫିନିଶ୍‌ ରହିଛି। ଏଥିରେ ୪୦୦୦ଏମଏଏଚ୍‌ ବ୍ୟାଟେରୀ ରହିଛି। ଯାହାକି ୧୨ଘଣ୍ଟାର ଭିଡିଓ ୱାଚିଂ ସୁବିଧା ଏବଂ ୩୭ ଘଣ୍ଟାର ମ୍ୟୁଜିକ୍‌ ପ୍ଲେବ୍ୟାକ୍‌ ସୁବିଧା ଉପଲବ୍ଧ କରାଇଥାଏ। ଏଥିରେ ୮୩ଡିବି ପାରିପାଶ୍ୱିକ ସାଉଣ୍ଡ ସୃଷ୍ଟି ହୋଇଥାଏ। ଏଥିରେ ୧୩ ଏମ୍‌ପି ଏଫ୍‌-୨.୦ ଏବଂ ୨ଏମ୍‌ପି କ୍ୟାମେରା, ଡୁଆଲ୍‌ ଏଲଇଡି, ପୋଟ୍ରେଟ୍‌ ମୋଡ୍‌, ଏଚଡିଆର୍‌, ବିୟୁଟି, ପାନୋରାମା, ନାଇଟ୍‌ ମୋଡ୍‌ ଆଦି ସୁବିଧା ରହିଛି। ଏଥିରେ ୫ଏମ୍‌ପି ଏଫ୍‌-୨.୦ ଫ୍ରଣ୍ଟ୍‌ କ୍ୟାମେରା ରହିଛି। ଏହି ସ୍ମାର୍ଟଫୋନ୍‌ରେ କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୪୨୫, ୬୪ ବିଟ୍‌ କ୍ୱାଡାକୋର୍‌ ପ୍ରୋସେସର,୩ ଜିବି ରାମ୍‌ ଓ ୩୨ ଜିବି ଇଣ୍ଟରନାଲ ମେମୋରୀ ସୁବିଧା ସହିତ ୩ ଇନ୍‌ ୧ ମଲ୍ଟି କାର୍ଡ ସୁବିଧା ରହିଛି।

ସମ୍ବନ୍ଧିତ ଖବର