ଇନଫିନିକ୍ସ ନୋଟ୍‌-୫ ସ୍ମାର୍ଟଫୋନ୍‌ ଏବେ ଫ୍ଲିପ୍‌କାର୍ଟ ରେ ଉପଲବ୍ଧ

ନୂଆଦିଲ୍ଲୀ: ଇନଫିନିକ୍ସ ନୋଟ୍‌-୫ ପ୍ରଥମ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ ଏବେ ଫ୍ଲିପକାର୍ଟରେ ଉପଲବ୍ଧ ହେଉଛି । ଏହାର ମୂଲ୍ୟ ୯,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ଆଣ୍ଡ୍ରଏଡ୍‌ ଓଏସ୍‌, ଏଆଇ ପାୱାର, ଗୁଗୁଲ୍‌ ଲେନ୍ସ୍‌, ଏବଂ ଗୁଗୁଲ ଆସିଷ୍ଟାନ୍ସ୍‌ ସୁରକ୍ଷା ବ୍ୟବସ୍ଥା ରହିଛି। ଏଥିରେ ୫.୯୯ ଇଞ୍ଚ ଏଫ୍‌ଏଚ୍‌ଡି ପ୍ଲସ୍‌ ଡିସପ୍ଲେ ସହିତ ୧୮:୯ ଫୁଲ୍‌ ଭିୟୁ, ୧୬ଏମ୍‌ ପି ଏଆଇ ସେଲ୍‌ଫି କ୍ୟାମେରା, ଦୀର୍ଘ ୩ ଦିନ ଧରି ଯାଉଥିବା ୪୫୦୦ ଏମଏଏଚ୍‌ ବ୍ୟାଟେରୀ, ୧୮ ୱାଟ୍‌ ଫାଷ୍ଟ ଚାର୍ଜିଂ, ଗୁଗୁଲ୍‌ ୟୁଆଇ, ଡୁଆଲ୍‌ ସିମ୍‌ ଭୋଲଟି ଆଦି ବୈଶିଷ୍ଟ୍ୟ ରହିଛି। ଏହାର ଗୁଗୁଲ୍‌ ଫଟୋ ଦ୍ୱାରା ମାଗଣାରେ ଫଟୋ ଓ ଭିଡ଼ିଓ ଶେୟାର କରି ହୋଇଥାଏ। ଗୁଗୁଲ୍‌ ଲେନ୍ସ ମାଧ୍ୟମରେ ଫଟୋ ଉଠାଇବା ସମୟରେ ଅନକେ ସୁବିଧା ହୋଇଥାଏ। ଏହାର ୩ ଦିନ ଧରି ଯାଉଥିବା ଦୀର୍ଘ ବ୍ୟାଟେରୀ ଲାଇଫ୍‌ ରହିଛି। ଏଥିରେ ୪୫୦୦ ଏମଏଏଚ୍‌ ବ୍ୟାଟେରୀ ଅଛି। ନୋଟ୍‌-୫ ରେ ୫.୯୯ ଇଞ୍ଚ ଏଫ୍‌ଏଚ୍‌ଡି ପ୍ଲସ୍‌ ଡିସପ୍ଲେ ସହିତ ୧୮:୯ ଫୁଲ୍‌ ଭିୟୁ,୫୦୦ ନିଟ୍‌ ସ୍କ୍ରିନ୍‌ ବ୍ରାଇଟ୍‌ ନେସ୍‌ ରହିଛି। ଏଥିରେ ୨.୫ ଡି କର୍ଭଡ୍‌ ଏଡଜ, ୮୫% ସ୍କ୍ରିନ୍‌-ବଡି ଅନୁପାତ ରହିଛି। ଏଥିରେ ୧୨ ଏମ୍‌ପି ପଛ କ୍ୟାମେରା , ଡୁଆଲ୍‌ ଫ୍ଲାଶ୍‌, ଏଫ୍‌/୨.୦ ଆପରେଚର୍‌, ନର୍ମାଲ, ବିୟୁଟି, ପୋଟ୍ରେଟ୍‌, ପ୍ରଫେସନାଲ୍‌, ପାନୋରମା, ନାଇଟ୍‌ ଏବଂ ଟାଇମ୍‌ ଲ୍ୟାପସ ମୋଡ୍‌ ଆଦି ୭ଟି ଶୁଟିଂ ମୋଡ୍‌ ରହିଛି। ଏହି ନୂତନ ସ୍ମାର୍ଟଫୋନ୍‌ ଫ୍ଲିପ୍‌କାର୍ଟରେ ସ୍ୟାଣ୍ଡ୍‌ ଆଇସ୍‌ ବ୍ଲୁ, ମିଲାନ୍‌ ବ୍ଲାକ୍‌, ବର୍ଲିନ୍‌ ଗ୍ରେ ଆଦି ରଙ୍ଗରେ ଉପଲବ୍ଧ ହେଉଛି । ଏହା ଦୁଇଟି ଭ୍ୟାରିଆଣ୍ଟରେ ଉପଲବ୍ଧ ହେବ। ଏହାର ୩ଜିବି ରାମ୍‌, ୩୨ ଜିବି ରମ୍‌ ମଡେଲର ମୂଲ୍ୟ ୯,୯୯୯ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର