ଇନ ଫୋକସ ଭିଜନ-୩ : କମ ବଜେଟ୍‌ରେ ସବୁଠୁ ଶକ୍ତିଶାଳୀ ବ୍ୟାଟେରୀ ବାଲା ୪-ଜି ସ୍ମାର୍ଟଫୋନ

ନୂଆଦିଲ୍ଲୀ: ଆମେରିକୀୟ ସ୍ମାର୍ଟଫୋନ କମ୍ପାନି ଇନ-ଫୋକସ ଏକ ନୂଆ ବଜେଟ୍‌ ସ୍ମାର୍ଟଫୋନ ଭିଜନ-୩ ଭାରତୀୟ ବଜାରକୁ ଛାଡ଼ିଛି । ଏହାର ମୂଲ୍ୟ ରହିଛି ୬,୯୯୯ ଟଙ୍କା । ଏଥିରେ ଲାଗିଥିବା ୪୦୦୦ ଏମଏଚ୍‌ର ବ୍ୟାଟେରୀ ଏହି ମୂଲ୍ୟବର୍ଗରେ ମିଳୁଥିବା ଅନ୍ୟସ୍ମାର୍ଟଫୋନ ମାନଙ୍କଠାରୁ ଅଧିକ ଶକ୍ତିଶାଳୀ ବୋଲି କମ୍ପାନି କହିଛି । ଏପରିକି ଥରେ ଚାର୍ଜ କଲେ ଏହା ପ୍ରାୟ ୨୨ ଦିନ ପର୍ଯ୍ୟନ୍ତ ଷ୍ଟାଣ୍ଡବାଏ ରହିପାରିବ ବୋଲି କମ୍ପାନି ଦାବି କରିଛି । ଏହି ୪ଜି ଭୋଲଟେ ଡୁଆଲ କ୍ୟାମେରା ଫୋନର ବିକ୍ରି ଆସନ୍ତା ବୁଧବାରଠାରୁ ଆମାଜନରେ ଆରମ୍ଭ ହେବ ।

ଆସନ୍ତା ଜାନୁୟାରୀ ମାସଠାରୁ ଏହି ସ୍ମାର୍ଟଫୋନରେ ଫେସ୍‌ ରେକଗନିସନ ବ୍ୟବସ୍ଥା ରହିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଏହି ଫୋନଟି କେବଳ ଗୋଟିଏ ପ୍ରକାର ୨ଜିବି ର‍୍ୟାମ ୧୬ ଜିବି ଇନବିଲଟ୍‌ ଷ୍ଟୋରେଜ୍‌ ସହ ଆସୁଛି । ଏହା ଆଣ୍ଡ୍ରଏଡ୍‌ ୭.୦ ନୌଗଟ୍‌ ମାଧ୍ୟମରେ ପରିଚାଳିତ । ଏଥିରେ ରହିଛି ଡୁଆଲ ରିଅର କ୍ୟାମେରା-ଗୋଟିଏ ୧୩ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଓ ଅନ୍ୟଟି ୧୨୦ ଡିଗ୍ରୀ ଓ୍ଵାଇଡ୍‌ ଆଙ୍ଗଲ ଲେନ୍ସ ଥିବା ୫ ମେଗାପିକ୍ସେଲ କ୍ୟାମେରା । ଏହାର ସାମନା ପଟେ ଏକ ଫିଙ୍ଗର ପ୍ରିଣ୍ଟ ସେନସର ରହିଛି । ଆହୁରି ମଧ୍ୟ କେତେକ ବଛା ବଛା ଆପ୍‌ ପାଇଁ ଏଥିରେ ଗୋଟିଏ ସିଙ୍ଗଲ କି ରହିଛି । ଏଥିରେ ଲାଗିଛି ୫.୭ ଇଞ୍ଚ୍‌ ବିଶିଷ୍ଟ ୧୮:୯ ଏଚଡି ଡିସପ୍ଲେ । ମଙ୍ଗଳବାରଦିନ ଦିଲ୍ଲୀରେ ଏହାକୁ କମ୍ପାନି ପକ୍ଷରୁ ଲଞ୍ଚ୍‌ କରାଯାଇଛି ।

ସମ୍ବନ୍ଧିତ ଖବର