ଇନ୍‌ଷ୍ଟାଗ୍ରାମ ଦ୍ୱାରା ଖାଇବା ମଗାଇବା ସହ ବୁକ୍‌ କରିପାରିବେ ଟିକେଟ୍‌

ନୂଆଦିଲ୍ଲୀ : ଇନ୍‌ଷ୍ଟାଗ୍ରାମ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ଇନଷ୍ଟାଗ୍ରାମ ଦ୍ୱାରା ଅପଣ ଟିକେଟ ବୁକିଂ ଏବଂ ଖାଇବା ଅର୍ଡ଼ର ଆଦି କରିପାରିବେ । ଏହି ସୁବିଧା ବୁଧବାରଠାରୁ ବ୍ୟାପାର ପାଇଁ ‘କଲ ଟୁ ଆକ୍ସନ ବଟନ’ ଆରମ୍ଭ ହେବାକୁ ଯାଉଛି । ଏହା ଦ୍ୱାରା ଇନ୍‌ଷ୍ଟାଗ୍ରାମ ଡ଼ାଇରେକ୍ଟରେ ଗ୍ରାହକ ସିଧାସଳଖ ଭାବେ ଖାଦ୍ୟ ମଗାଇପାରିବେ ଏବଂ ଟିକେଟ ବୁକିଂ କରିପାରିବେ । ଏହା ବିଷୟରେ ଇନ୍‌ଷ୍ଟାଗ୍ରାମ ଡ଼ାଇରେକ୍ଟର ଖୋଦ କମ୍ପାନି ସାଇଟରେ ବ୍ଲଗ୍‌ ପୋଷ୍ଟ କରି କହିଛନ୍ତି । ଆସନ୍ତୁ ଜାଣିବା କ’ଣ ରହିଛି ଏହି ଫିଚର ଏବଂ କିପରି କରିବେ ଏହାକୁ ବ୍ୟବହାର ।

Evening Standard

ଫେସବୁକ ଦ୍ୱାରା ଚାଳିତ ଇନ୍‌ଷ୍ଟାଗ୍ରାମରେ ଦୈନିକ ୨୦ କୋଟି ଲୋକ ବିଜନେସ ପ୍ରୋଫାଇଲ୍‌ ଦେଖିଥାନ୍ତି । ଏଥିସହ ୧୫ କୋଟି ବ୍ୟକ୍ତି ଇନ୍‌ଷ୍ଟାଗ୍ରାମ ଡ଼ାଇରେକ୍ଟ ଦ୍ୱାରା ବ୍ୟବସାୟ ସମ୍ବନ୍ଧିତ କଥାବାର୍ତ୍ତା କରିଥାନ୍ତି । ଏଣୁ ଏହି କାରବାରକୁ ଅଧିକ ସୁବିଧାଜନକ କରିବା ପାଇଁ ଏହାର ଫିଚରକୁ ଅପଡ଼େଟ କରାଯାଇଛି। ଏହା ଦ୍ୱାରା ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜିନିଷ ପେଡ଼ିଙ୍ଗ ମେସଜ ବ୍ୟତୀତ ଇନ୍‌ଷ୍ଟାଗ୍ରାମ ଡ଼ାଇରେକ୍ଟରେ ଦେଖାଯିବ । ଏହା ଦ୍ୱାରା ଗ୍ରାହକଙ୍କ ଆବଶ୍ୟକୀୟ ସାଇଟରୁ ସଠିକ ଭାବ ଏବଂ କମ ସମୟରେ ସୁବିଧା ପ୍ରାପ୍ତ କରି ପାରିବେ । ଏଥିସହ ବିନା କୌଣସି ଦ୍ୱନ୍ଦ୍ୱରେ ଇନ୍‌ଷ୍ଟାଗ୍ରାମ ଡ଼ାଇରେକ୍ଟ ଦ୍ୱାରା ଟିକେଟ ବୁକିଂ ଏବଂ ଖାଇବା ଅର୍ଡ଼ର କରିପାରିବେ ।

ସମ୍ବନ୍ଧିତ ଖବର