ଆନ୍ତର୍ଜାତିକ ଆଲୁମିନିୟମ ସମ୍ମିଳନୀର ମାସ୍କଟ ‘ଆଲୁମୋଫ୍‌’

ଭୁବନେଶ୍ୱର,: ଭାରତୀୟ ଆଲୁମିନିୟମ ସଂଘ ପକ୍ଷରୁ ଚଳିତ ମାସ ୩୧ରୁ ଫେବ୍ରୁଆରି ୩ ପର୍ଯ୍ୟନ୍ତ ଭୁବନେଶ୍ବର ଠାରେ ଆୟୋଜନ କରାଯିବାକୁ ଥିବା ଆନ୍ତର୍ଜାତିକ ଆଲୁମିନିୟମ ସମ୍ମିଳନୀ (ଇନ୍‌କାଲ୍‌)ର ମାସ୍କଟ ‘ଆଲୁମୋଫ୍’କୁ ଉନ୍ମୋଚନ କରାଯାଇଛି। କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏହାକୁ ଗୁଜରାଟର ଭଦୋଦରା ଠାରେ ଉନ୍ମୋଚନ କରିଛନ୍ତି। ଏହି ଅବସର‌ରେ କେନ୍ଦ୍ର ଖଣି ସଚିବ ଅନିଲ ମୁକିମ୍, ଯୁଗ୍ମ ସଚିବ ଅନିଲ କୁମାର ନାୟକ ଏବଂ ଭାରତୀୟ ଆଲୁମନିମିୟମ ସଂଘର ଅଧ୍ୟକ୍ଷ ତଥା ନାଲ୍‌କୋର ସିଏମ୍‌ଡି ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଉପସ୍ଥିତ ଥିଲେ। ଶ୍ରୀ ତୋମର୍‌ ସିଏସ୍‌ଆର୍‌ କଫି ଟେବୁଲ୍‌ ପୁସ୍ତକ ‘ସମ୍ବେଦନା’କୁ ମଧ୍ୟ ଉନ୍ମୋଚନ କରିଛନ୍ତି।

ସମ୍ବନ୍ଧିତ ଖବର