ଦୁବାଇରେ ଆନ୍ତର୍ଜାତିକ ଆୟୁଷ ସମ୍ମିଳନୀ

ଭୁବନେଶ୍ୱର: ଦୁବାଇଠାରେ ପ୍ରଥମ ଆନ୍ତର୍ଜାତିକ ଆୟୁଷ ସମ୍ମିଳନୀ ଏବଂ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତ ଏବଂ ୟୁଏଇ ମଧ୍ୟରେ ଆୟୁଷକୁ ନେଇ ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା। ଉଭୟ ରାଷ୍ଟ୍ର ଏଦିଗରେ ମିଳିତ ଭାବେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଆୟୁଷ ଚିକିତ୍ସା ଏବଂ ଏହାର ଔଷଧର ଗ୍ରହଣୀୟତା ବଢ଼ାଇବା ଦିଗରେ ଉଭୟ ଦେଶ ଏକତ୍ରୀତ ହୋଇ କାମ କରିବାକୁ ସହମତ ହୋଇଛନ୍ତି। ଏହି ପ୍ରଦର୍ଶନୀରେ ଡି ଏସ୍‌ ରିଚର୍ସ ସେଣ୍ଟର୍‌ର ଟିମ୍‌ ମଧ୍ୟ ଅଂଶଗ୍ରହଣ କରିଥିଲା। ଏହି ସମ୍ମିଳନୀକୁ ୟୁଏଇର ମନ୍ତ୍ରୀ ଶେଖ ନାହୟାନ ବିନ ମୁବାରକ ଅଲ ନାହୟାନ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଭାରତର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ଓ୍ଵାଇ ନାୟକ ଏବଂ ବିଭାଗୀୟ ସଚିବ ବୈଦ୍ୟ ରାଜେଶ କୋଟେଚା ଉସ୍ଥିତ ଥିଲେ।

ସମ୍ବନ୍ଧିତ ଖବର