ଅକ୍ଟୋବର ପରଠାରୁ ଅନ୍ତର୍ଜାତୀୟ ବଜାରରେ ତେଲଦର ୩୦% କମିଛି, କିନ୍ତୁ ଭାରତରେ ମାତ୍ର ୧୦% କମିଛି

ନୂଆଦିଲ୍ଲୀ : ବିଗତ କିଛି ଦିନ ଧରି ଲଗାତାର କମିବା ପରେ ଆଜି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ  ରହିଛି । ଦେଶରେ ବିଗତ ଏକ ମାସଧରି ତେଲ ଦର ହ୍ରାସ ପାଇବାର କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ତେଲ ଦର ହ୍ରାସ ଓ ସରକାରଙ୍କ ଦ୍ୱାରା ଉତ୍ପାଦ ଶୁଳକ ହ୍ରାସ । କିନ୍ତୁ ଅନ୍ତର୍ଜାତୀୟ ବଜାରରେ  ଅତି ଦ୍ରୁତ ଗତିରେ ତେଲ ଦର କମୁଥିବାବେଳେ ଭାରତୀୟ ବଜାରରେ  ତେଲ କମ୍ପାନିମାନେ ସେହି ଅନୁପାତରେ ଦର  କମାଉ ନାହାନ୍ତି ।  ଅନ୍ତର୍ଜାତୀୟ ବଜାରରେ  ଆଜି ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୩.୪୮ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୬୫.୮୮ ଡଲାରକୁ ହ୍ରାସ ପାଇଛି ।

ଗତ ଅକ୍ଟୋବରଠାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଥିବାବେଳେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ମାତ୍ର ୧୦ ପ୍ରତିଶତ କମିଛି ।  ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୬.୩୮ ଓ ଡିଜେଲ ଦର ଲିଟର ପିଛା ଟ.୭୧.୨୭ ରେ ବିକ୍ରି ହେଉଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ  ଡିଜେଲ ଦର ଏବେ ବି ଅଧିକ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୫.୨୭ ଓ ଡିଜେଲ ୭୬.୪୭ ରେ ବିକ୍ରି ହେଉଛି ।

ସମ୍ବନ୍ଧିତ ଖବର