ବଜାରରେ ଇଣ୍ଟେକ୍ସର ଇଏଲଓ୍ଵାଇଟି ଇ-୬

ମୂଲ୍ୟ ୬,୯୯୯ ଟଙ୍କା, ୧୨ଦିନର ଷ୍ଟାଣ୍ଡବାଏ ବ୍ୟାଟେରୀ ଟାଇମ୍‌

ମୁମ୍ବାଇ- ଇଣ୍ଟେକ୍ସ ପକ୍ଷରୁ ଆଜି ଇଏଲଓ୍ଵାଇଟି ସିରିଜର ଏକ ନୂଆ ଫୋନ ଇଏଲଓ୍ଵାଇଟି ଇ୬ ଲଞ୍ଚ୍‌ କରାଯାଇଛି । କେବଳ କଳା ରଙ୍ଗରେ ମିଳୁଥିବା ଏହି ଫୋନଟିର ମୂଲ୍ୟ ୬,୯୯୯ ଟଙ୍କା ରଖାଯାଇଛି । ଏହା ଚଳିତ ମାସ ୧୫ରୁ କେବଳ ଫ୍ଲିପକାର୍ଟରେ ମିଳିବ । ନୂଆ ଇଣ୍ଟେକ୍ସ ଇଏଲଓ୍ଵାଇଟି ଇ୬ ଏକ ୫ ଇଞ୍ଚ୍‌ ଏଚ୍‌ଡି (୧୨୮୦x୭୨୦ ପିକ୍ସେଲ) ଡିସପ୍ଲେ ଓ ଏକ ୨.୫ ଡି ଡ୍ରାଗନହିଲ୍‌ ପ୍ରୋଟେକ୍ଟେଡ୍‌ ଗ୍ଲାସ ସହ ଆସୁଛି । ଏହା ଏକ ୧.୨୫ କ୍ୱାଡ୍‌ କୋର ମିଡିଆଟେକ୍‌ ପ୍ରୋସେସର ଓ ୩ଜିବି ର‍୍ୟାମ ସହ ଆସୁଛି । ଏହି ସ୍ମାର୍ଟଫୋନଟି ଆଣ୍ଡ୍ରଏଡ୍‌ ୭.୦ ନୌଗାଟ ଅପରେଟିଂ ସିଷ୍ଟମ ଦ୍ୱାରା ଚାଳିତ ଓ ଏଥିରେ ରହିଛି ୪୦୦୦ ଏମଏଏଚ ବ୍ୟାଟେରୀ । ଏହାର ଶକ୍ତିଶାଳୀ ବ୍ୟାଟେରୀ ଦ୍ୱାରା ଏହା ୮-୧୬ ଘଣ୍ଟାର ଟକ୍‌-ଟାଇମ୍‌ ଓ ୧୨ ଦିନର ଷ୍ଟାଣ୍ଡ ବାଏ ଟାଇମ ପ୍ରଦାନ କରୁଛି ।

ନୂଆ ଇଣ୍ଟେକ୍ସ ଇଏଲଓ୍ଵାଇଟି ଇ୬ ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ସହ ଆସୁଛି ଯାହାକୁ ୧୨୮ ଡିବି ପର୍ଯ୍ୟନ୍ତ ବଢାଇହେବ । ଏହାଛଡା ଏହି ଫୋନଟି ୪ଜି ଭୋଲଟି, ଓ୍ଵାଇଫାଇ, ବ୍ଲୁଟୁଥ୪.୦, ଜିପିଏସ ଓ ଜି ସେନସର ସହ ଆସୁଛି ।

ଏହି ସ୍ମାର୍ଟଫୋନଟି ଆଜିର ଟେକ୍‌ସେଭି ଯୁବପିଢିମାନଙ୍କୁ ଦୃଷ୍ଟିରେ ରଖି ଏହି ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଇଣ୍ଟେକ୍ସର ନିର୍ଦ୍ଦେଶକ ନିଧି ମାର୍କଣ୍ଡେୟ କହିଛନ୍ତି ।

ସମ୍ବନ୍ଧିତ ଖବର