ଏଫ୍‌ଡି ଉପରେ ମିଳିବ ଅଧିକ ସୁଧ

ମୁମ୍ବାଇ: ବ୍ୟାଙ୍କରେ ଟଙ୍କା ଜମା ରଖୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ଆସିପାରେ। ଏଫ୍‌ଡି ଉପରେ ବ୍ୟାଙ୍କଗୁଡ଼ିକ ଅଧିକ ସୁଧ ପ୍ରଦାନ କରିବା ଉପରେ ବିଚାର କରୁଛନ୍ତି। ରେଟିଂ ଏଜେନ୍ସି କ୍ରିସିଲ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏଭଳି ଆକଳନ କରାଯାଇଛି। କ୍ରିସିଲ୍‌ ଜଣାଇଛି ଯେ, ଋଣ ପ୍ରଦାନରେ ୧୩-୧୪% ଅଭିବୃଦ୍ଧି ହାସଲ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ଆସନ୍ତା ଦୁଇ ବର୍ଷରେ ୨୦ ଲକ୍ଷ କୋଟି ଟଙ୍କା ଦରକାର। ସାଧାରଣତଃ ବର୍ଷକୁ ବ୍ୟାଙ୍କଗୁଡ଼ିକ ୭ ଲକ୍ଷ କୋଟି ଟଙ୍କା ପାଖାପାଖି ଜମା ସଂଗ୍ରହ କରନ୍ତି। ଏହା ବାଦ ସେମାନଙ୍କୁ ବିପୁଳ ପରିମାଣର ପାଣ୍ଠି ଯୋଗାଡ଼ କରିବାକୁ ପଡ଼ିବ। ସେଭଳି ପରିସ୍ଥିତିରେ ଜମା ଉପରେ ଆକର୍ଷଣୀୟ ସୁଧ ନଦେଲେ ଗ୍ରାହକମାନେ ବ୍ୟାଙ୍କରେ ଟଙ୍କା ଜମା କରିବେ ନାହିଁ। ଆସନ୍ତା ଦୁଇ ବର୍ଷ ପାଇଁ ବ୍ୟାଙ୍କଗୁଡ଼ିକୁ ୨୫ ଲକ୍ଷ କୋଟି ଟଙ୍କା ଦରକାର। ବୈଧାନିକ ଜମା ଅନୁପାତ (ଏସ୍‌ଏଲ୍‌ଆର୍‌) ଜରିଆରେ ସେମାନେ ୫-୬ ଲକ୍ଷ କୋଟି ଟଙ୍କା ପାଇଯିବେ। କିନ୍ତୁ ବଳକା ୨୦ ଲକ୍ଷ କୋଟି ଟଙ୍କା ସେମାନଙ୍କୁ ନୂତନ ପାଣ୍ଠି ଭା‌ବେ ହାସଲ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର