ଜାନୁଆରି ୧ରୁ ଏହି ୬ଟି ବ୍ୟାଙ୍କର ଚେକ୍‌ବୁକ୍‌ ନିଷ୍କ୍ରିୟ ହୋଇଯିବ, ଜାଣନ୍ତୁ କିପରି ଘରେ ବସି ବଦଳାଇବେ ପୁରୁଣା ଚେକ୍‌

ନୂଆଦିଲ୍ଲୀ: ଜାନୁଆରି ୧ ତାରିଖରୁ ଷ୍ଟେଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ପାଞ୍ଚଟି ସହଯୋଗୀ ଓ ଭାରତୀୟ ମହିଳା ବ୍ୟାଙ୍କର ଖାତାଧାରୀଙ୍କର ଚେକ୍‌ବୁକ୍‌  ଚେକ୍‌ବୁକ୍‌ ନିଷ୍କ୍ରିୟ ହୋଇଯିବ।

ଏସ୍‌ବିଆଇର ସହଯୋଗୀ ବ୍ୟାଙ୍କ୍‌  ଷ୍ଟେଟ ବ୍ୟାଙ୍କ ଅଫ୍‌   ବିକାନିର ଆଣ୍ଡ ଜୟପୁର, ଷ୍ଟେଟ ବ୍ୟାଙ୍କ ଅଫ୍‌ ପଟିୟାଲା, ଷ୍ଟେଟବ୍ୟାଙ୍କ ଅଫ ମହୀଶୂର, ଷ୍ଟେଟ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ ଓ ଷ୍ଟେଟ ବ୍ୟାଙ୍କ ଅଫ୍‌ ଟ୍ରାଙ୍କଭର୍ ସାମିଲ ରହିଛି। ଏହି ବ୍ୟାଙ୍କ ତଥା ଭାରତୀୟ ମହିଳା ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏପ୍ରିଲରେ ବିଲୟ କରି ଦେଇଥିଲା। ଏହାପରେ ଏସ୍‌ବିଆଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହାର ଚେକବୁକ ବୈଧ ତାରିଖ ଦେଇଥିଲା । କିନ୍ତୁ ରିଜର୍ଭ ବ୍ୟାଙ୍କ ଏହି ବ୍ୟାଙ୍କମାନଙ୍କର ଚେକବୁକ ବୈଧ ସମୟକୁ ବୃଦ୍ଧି କରି ଡିସେମ୍ବର ୩୧  କରିଥିଲା। ଏହାପୂର୍ବରୁ ଏସ୍‌ବିଆଇ ପାଖାପାଖି ୧୩୦୦ ବ୍ୟାଙ୍କ ଶାଖାରେ ଆଇଏଫଏସସି କୋଡ ବଦଳାଇଥିଲା।

ତେବେ ଏସ୍‌ବିଆଇର ଗ୍ରାହକ ନୂତନ ଚେକ୍‌ ବୁକ୍‌ ପାଇଁ ବ୍ୟାଙ୍କ ଶାଖାକୁ କିମ୍ବା ଏଟିଏମ୍‌ କିମ୍ବା ମୋବାଇଲ୍‌ ବ୍ୟାଙ୍କିଂ ତଥା ଇଣ୍ଟରନେଟ ବ୍ୟାଙ୍କିଂ ଜରିଆରେ ଆବେଦନ କରି ପାରିବେ। ଗ୍ରାହକ ନିମ୍ନରେ ଦିଆଯାଇଥିବା ପଦ୍ଧତି ଅନୁସାରେ ଘରେ ବସି ଚେକ୍‌ବୁକ୍‌ ପାଇ ପାରିବେ।

୧. ଏସ୍‌ବିଆଇ ବ୍ୟବହାରକାରୀ ପ୍ରଥମେ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରିବେ https://www.onlinesbi.com/।
୨. ଏହି େଓ୍ଵବସାଇଟ୍‌କୁ ଯାଇ ଆପଣଙ୍କ ଆଇଡି ଓ ପାସ୍‌ଓ୍ଵାର୍ଡ ଲଗ୍‌ ଇନ୍‌ କରନ୍ତୁ। ଏହାପରେ ଆପଣ ଚେକ୍‌ ବୁକ୍‌ ଆବେଦନ ପାଇଁ ଥିବା ପ୍ରକ୍ରିୟାକୁ ଗୋଟିଏ ପରେ ଗୋଟିଏକୁ ଚୟନ କରି ଚାଲନ୍ତୁ। ଆପଣଙ୍କ ଚେକ୍‌ବୁକ୍‌ ଆବେଦନ ହୋଇଯିବ।

୩. ଏସ୍‌ବିଆଇର ଜଣେ ଅଧିକାରୀଙ୍କ କହିବାନୁସାରେ, ବିଲୟ ହୋଇଥିବା ସହଯୋଗୀ ବ୍ୟାଙ୍କର ନେଟ ବ୍ୟାଙ୍କିଂ ଫିଚର୍ସ ଓ ଏସ୍‌ବିଆଇର ଫିଚର୍ସ ସମାନ ହୋଇଥାଏ। ସେଥିପାଇଁ ଆପଣଙ୍କୁ ଚେକ୍‌ବୁକ୍‌ ଆବେଦନ କରିବା ପାଇଁ କୌଣସି ପ୍ରକାର ଅସୁବିଧା ହେବ ନାହିଁ।

ସମ୍ବନ୍ଧିତ ଖବର