ଦିଲ୍ଲୀଗାମୀ ସୀମାଞ୍ଚଳ ଏକ୍ସପ୍ରେସ୍‌ର ନଅଟି ଡବା କିପରି ଧାରଣାରୁ ଖସିଲା ସେନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ବିହାରର ବୈଶାଳୀ ଜିଲ୍ଲାରେ ଦିଲ୍ଲୀଗାମୀ ସୀମାଞ୍ଚଳ ଏକ୍ସପ୍ରେସ୍‌ରେ ନଅଟି ଡବା ଧାରଣାରୁ ବାହାରି ଯିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିଯୋଗୁଁ ଅନେକ ଲୋକ ଆହତ ହୋଇଥିବା ବି କୁହାଯାଉଛି। ଏହି ଦୁର୍ଘଟଣା ସମ୍ପର୍କ ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ରେଳବାଇର ବରିଷ୍ଠ ଅଧିକାରୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ହେଲପନାଇନ ନମ୍ବର ବି ଜାରି କରାଯାଇଛି। ତେବେ ଦୁର୍ଘଟଣାର କାରଣ ଏଯାବତ ସ୍ପଷ୍ଟ ହୋଇ ପାରି ନଥିଲେ ବି ରେଳଟ୍ରାକରେ ଫାଟ ଥିବା ଜଣାପଡିଛି ।

ଏହି ରେଳ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ଏବଂ କେମିତି ଟ୍ରାକରୁ ଟ୍ରେନଟି ଖସିଲା? ଏନେଇ ରିପୋର୍ଟ ଦେବାକୁ ରେଳ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ, ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଁଏ ସହୟତା ଘୋଷଣା କରାଯାଇଛି । ସେହିଭଳି ଗୁରୁତରଙ୍କୁ ଲକ୍ଷେ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଁଏ ସହାୟତା ମିଳିବ । ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର