ପିଏମଭିଭିୱାଇ ଅଧିନରେ ବରିଷ୍ଠ ନାଗରିକଙ୍କ ନିବେଶ ସୀମା ୧୫ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ବୟୋ ବନ୍ଦନ ଯୋଜନା (ପିଏମଭିଭିୱାଇ) ଅନ୍ତର୍ଗତ ବରିଷ୍ଠ ନାଗରିକମାନଙ୍କ ପାଇଁ ନିବେଶ ସୀମା ୭.୫ ଲକ୍ଷରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହାକୁ ମଂଜୁରୀ ମିଳିଛି । ଏଥିସହିତ ପିଏମଭିଭିୱାଇ ଅଧୀନରେ ଗ୍ରାହକ ହେବାର ସମୟ ସୀମା ୪ ମେ, ୨୦୧୮ ରୁ ବଢ଼ାଯାଇ ୩୧ ମାର୍ଚ୍ଚ, ୨୦୨୦ କରିଦିଆଯାଇଛି ।

ଆହୁରିମଧ୍ୟ ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବାର ପ୍ରୟାସ କ୍ରମେ ସଂଶୋଧିତ ପିଏମଭିଭିୱାଇ ଅନ୍ତର୍ଗତ ପ୍ରତ୍ୟେକ ପରିବାର ପାଇଁ ବର୍ତ୍ତମାନର ନିବେଶ ସୀମା ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇ ୧୫ ଲକ୍ଷ ଟଙ୍କା କରିଦିଆଯାଇଛି । ଏହାଦ୍ୱାରା ବରିଷ୍ଠ ନାଗରିକମାନଙ୍କୁ ଅଧିକ ସାମାଜିକ ସୁରକ୍ଷା କବଚ ମିଳିପାରିବ । ଏହା ବରିଷ୍ଠ ନାଗରିକଙ୍କ ପାଇଁ ମାସିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ସୁନିଶ୍ଚିତ କରିପାରିବ ।

ମାର୍ଚ୍ଚ ୨୦୧୮ ସୁଦ୍ଧା ସର୍ବମୋଟ ୨.୨୩ ଲକ୍ଷ ବରିଷ୍ଠ ନାଗରିକ ପିଏମଭିଭିୱାଇ ଦ୍ୱାରା ଲାଭାନ୍ୱିତ ହୋଇସାରିଛନ୍ତି । ପୂର୍ବରୁ ବରିଷ୍ଠ ପେନସନ ବୀମା ଯୋଜନା ୨୦୧୪ ଦ୍ୱାରା ମୋଟ ୩.୧୧ ଲକ୍ଷ ବରିଷ୍ଠ ନାଗରିକ ଲାଭାନ୍ୱିତ ହୋଇଥିଲେ ।

ସମ୍ବନ୍ଧିତ ଖବର