୨୮ରୁ ମିଳିବ ଆଇ-ଫୋନ୍‌ ଏକ୍ସଏସ୍‌ ଓ ଆଇ-ଫୋନ୍‌ ଏକ୍ସଏସ୍‌ ମାକ୍ସ

ମୁମ୍ବାଇ :  ଆସନ୍ତା ଶୁକ୍ରବାର ଅର୍ଥାତ ୨୮ ତାରିଖଠାରୁ  ଆପଲର ନୂଆ ସ୍ମାର୍ଟଫୋନ ଆଇ-ଫୋନ ଏକ୍ସଏସ ଓ ଆଇ-ଫୋନ ଏକ୍ସଏସ ମାକ୍ସ  ବିଭିନ୍ନ ଷ୍ଟୋର ଓ ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ ହେବ । ଗତ ଶୁକ୍ରବାରଠାରୁ ଜିଓ ପ୍ଲାଟଫର୍ମରେ ଏଗୁଡିକର ପ୍ରି-ବୁକିଂ ଆରମ୍ଭ ହୋଇଯାଇଛି ।  ଗ୍ରାହକମାନେ  ରିଲାଏନ୍ସ ଡିଜିଟାଲ ଷ୍ଟୋର, ଜିଓ ୱେବ୍‌ସାଇଟ୍‌ (www.jio.com) ରିଲାଏନ୍ସ ଡିଜିଟାଲ, ମାଇଁ ଜିଓ ଷ୍ଟୋର୍‌ ତଥା ମାଇଁ ଜିଓ ଆପ୍‌ ଜରିଆରେ ପ୍ରି-ବୁକ୍‌ କରିପାରିବେ।

ଆଇ-ଫୋନ ଏକ୍ସଏସ୍‌  ଓ ଆଇ ଫୋନ ଏକ୍ସଏସ୍‌ ମାକ୍ସ ସବୁଠାରୁ ଅତ୍ୟାଧୁନିକ ଆଇଫୋନ ହେବା ସହିତ ଏହା ସ୍ମାର୍ଟ ଫୋନର ଭବିଷ୍ୟତକୁ ଏକ ନୂଆ ସ୍ତରକୁ ନେଇଛି । ଏହି ଦୁଇ ଫୋନରେ ପ୍ରଥମଥର ପାଇଁ ଆଇ-ଫୋନ୍‌ରେ ଡୁଆଲ ସିମ୍‌ ସୁବିଧା ଆରମ୍ଭ କରାଯାଇଛି ଯେଉଁଥିରେ ଏକ ନାନୋ ସିମ୍‌ ଓ ଅନ୍ୟ ଏକ ଡିଜିଟାଲ ଇ-ସିମ୍‌ର ବ୍ୟବହାର ହୋଇପାରିବ । ଆଇ-ଫୋନ ଏକ୍ସଏସ୍‌  ଓ ଆଇ ଫୋନ ଏକ୍ସଏସ୍‌ ମାକ୍ସରେ ୫.୮ ଇଞ୍ଚ ଓ ୬.୫ ଇଞ୍ଚର ସୁପର ରେଟିନା ଡିସପ୍ଲେ ରହିଛି, ଯାହା ଫଳରେ ଏଚ୍‌ଡିଆର ଫୋଟୋରେ ୬୦ ପ୍ରତିଶତ ଅଧିକ ଗତିଶୀଳ ରେଞ୍ଜ ସହ ଏହା ବେଶ ଆକର୍ଷଣୀୟ ରହିଛି।  ଉଭୟ ପ୍ରି-ପେଡ୍‌ ଓ ପୋଷ୍ଟ୍‌-ପେଡ୍‌ ଜିଓ ଉପଭୋକ୍ତାଙ୍କ ପାଇଁ ଏହି ନୂଆ ଆଇ-ଫୋନ୍‌ରେ ସ୍ୱତନ୍ତ୍ର ଭାବରେ କେବଳ ଜିଓ ପକ୍ଷରୁ ଅତ୍ୟାଧୁନିକ ଇ-ସିମ୍‌ କାର୍ଯ୍ୟକ୍ଷମ କରାଯିବ ।

ସମ୍ବନ୍ଧିତ ଖବର